ପୁଣି ସୁସ୍ଥ ହେଲେ ୧୨୦ ଜଣ କରୋନା ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାପାଇଁ ପୁଣି ଖୁସିଖବର। ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୧୨୦ ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁ ଥିବାରୁ ଚିନ୍ତା ବଢୁଛି । ଏହାରି ମଧ୍ୟରେ ଖୁସି ଖବର ମଧ୍ୟ ଆସୁଛି । ମଙ୍ଗଳବାର ଏକାଥରେ ୨୦ ଜିଲ୍ଲାରୁ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୨୦ ସୁସ୍ଥଙ୍କ ମଧ୍ୟରୁ ସର୍ବାଧିକ ଯାଜପୁରର ୧୯ ଜଣ ଥିବା ବେଳେ କଟକର ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାର ୧୧ ଜଣ ଲେଖାଏଁ, ନୂଆପଡାର ୯, ସୁନ୍ଦରଗଡର ୭, କନ୍ଧମାଳର ୬ ଓ ନୟାଗଡ ଓ ବଲାଙ୍ଗୀରର ୫ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି ।

Leave a comment