ବୁଡ଼ିଲା ପର୍ଯ୍ୟଟକ ମୋଟର ଲଞ୍ଚ, ୧୨ମୃତ, ୪୦ ନିଖୋଜ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ସୀମାରେ ପର୍ଯ୍ୟଟକ ମୋଟର ଲଞ୍ଚ ବୁଡ଼ି ଯାଇଛି । ପର୍ଯ୍ୟଟକ ମୋଟର ଲଞ୍ଚ ବୁଡ଼ିଯିବାରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ଏହି ମୋଟର ଲଞ୍ଚରେ ୧୧ ଜଣ କର୍ମଚାରାରୀଙ୍କ ସହ ୫୦ଜଣ ଯାତ୍ରୀ ଥିଲେ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଦେବୀପଟ୍ଟନମ ନଦୀରେ ଏକ ପର୍ଯ୍ୟଟକ ମୋଟର ଲଞ୍ଚରେ ୧୧ ଜଣ କର୍ମଚାରାରୀଙ୍କ ସହ ୫୦ଜଣ ଯାତ୍ରୀ ଥିଲେ । ଏହି ଯାତ୍ରୀମାନେ ରାଜମେହେନ୍ଦ୍ରୀରୁ ପ୍ରସିଦ୍ଧ ପର୍ଯ୍ୟଟସ୍ଥଳୀ ପାଣ୍ଡିକୁଣ୍ଡୁଲମକୁ ଯାତ୍ରା କରୁଥିଲେ । ଗୋଦାବରୀ ଦେବୀପଟ୍ଟନମ ନଦୀରେ ଅତ୍ୟଧିକ ପରିମାଣରେ ବନ୍ୟାଜଳ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା ।
ପର୍ଯ୍ୟଟକ ମୋଟର ଲଞ୍ଚ ଦୁର୍ଘଟଣା ଖବର ପାଇ ଉଦ୍ଧାର ପାଇଁ ଜାତୀୟ ଉଦ୍ଧାରକାରୀ ଦଳ ଏନ୍ଡିଆରଏଫ୍ ପକ୍ଷରୁ ୩୦ ଜଣ ସଦସ୍ୟ ଥିବା ୨ଟି ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦୁଇ ଏନ୍ଡିଆରଏଫ୍ ଦଳ ଗୁଣ୍ଟୁର ଏବଂ ବିଶାଖାପାଟନମରୁ ଆସି ପହଞ୍ଚିଛନ୍ତି ।