ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୨ଟି ନୂଆ ଇସ୍ପାତ କାରଖାନା

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୨ଟି ନୂତନ ଇସ୍ପାତ କାରଖାନା । ଏ ନେଇ ବିଧାନସଭାରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି । ତେବେ ପ୍ରତିଷ୍ଠା ହେବାକୁ ଯାଉଥିବା ଇସ୍ପାତ କାରଖାନା ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ୩ଟି ରହିଥିବା ବେଳେ ଯାଜପୁରରେ ରହିଛି ୨ଟି କାରଖାନା ।
ସେହିପରି ଅନୁଗୋଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୋଳ ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି ।
ରାଜ୍ୟରେ ବର୍ତ୍ତମାନ ୫୧ଟି ଇସ୍ପାତ କାରଖାନା ରହିଥିବା ବେଳେ ସେଗୁଡ଼ିକର ବାର୍ଷିକ ଉତ୍ପାଦନ ୩୩.୧୨ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।