୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ଡାକରା, ଛାତ୍ରୀ ପ୍ରସବ ଘଟଣା କୁ ନେଇ ତେଜିଲା ବିବାଦ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଏହି ପ୍ରସବ ଘଟଣା ପ୍ରତିବାଦରେ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଜେପି ଏହି ବନ୍ଦକୁ ସମର୍ଥନ ଜଣାଇଛି । କନ୍ଧମାଳ ଜିଲ୍ଲାରେ ସକାଳ ୬ଟାରୁ ବନ୍ଦ ପାଳନ କରଯାଉଛି। ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । କନ୍ଧମାଳ ସୁରକ୍ଷା ଅଭିଯାନ ଓ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଶ୍ରବଣ କୁମାର ପ୍ରଧାନକୁ ପୁଲିସ ଗିରଫ କରିଥିବା ବେଳେ ୩ ଜଣ ଆସିଷ୍ଟାଂଟ ଲେଡି ସୁପରିଟେଂଡଙ୍କୁ ନିଲମ୍ବନ ଓ ସ୍କୁଲର ୬ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।

ଅପରପକ୍ଷରେ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଥିବା ବିଜେପି କନ୍ଧମାଳ ଜିଲ୍ଲାପାଳଙ୍କୁ ବଦଳି କରିବା ପାଇଁ ଦାବି କରିଛି । ଏବଂ ଘଟଣାର ନ୍ୟାୟିକ ତଦନ୍ତ କରିବାକୁ ମଧ୍ୟ ଦଳ ଦାବି କରିଛି ।

 

Leave a comment