ଫାଟିଲା ଗ୍ୟାସ ସିଲିଣ୍ଡର, ଭୁଶୁଡ଼ିଲା ଦୁଇ ମହଲା କୋଠା, ୧୨ ମୃତ ୩୦ ଆହତ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଫାଟିଗଲା ଗ୍ୟାସ ସିଲିଣ୍ଡର । ଭୁଶୁଡ଼ିଗଲା ଦୁଇମହଲା କୋଠା । ୧୦ ଜଣ ମୃତ ଓ ୩୦ଜଣ ଆହତ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ୟୁପି ର ମାଉ ଜିଲ୍ଲାରେ ଘଟିଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ୩୦ରେ ମହମ୍ମଦାବାଦ ଥାନା ଅଞ୍ଚଳ ର ଓଲିଦପୁରସ୍ଥିତ ଏକ ଦୁଇମହଲା ଘରେ ମହିଳାମାନେ ସକାଳ ଜଳଖିଆ ପ୍ରସ୍ତୁତ କରୁଥିବାବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା । ବିସ୍ପୋରଣ ଏତେ ଜୋରଦାର ଥିଲା ଯେ ଦେଖୁଦେଖୁ ଦୁଇମହଲା କଥା ମାଟିରେ ମିଶି ଗଲା । ଭଗ୍ନାବଶେଷ ତଳେ ଏବେ ବି କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କରାଯାଇଥିବା ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗିଛନ୍ତି । ଏହି ଦୁଃଖଦ ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଦ୍ୟ ନାଥ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ତୁରନ୍ତ ଯଥା ସମ୍ଭବ ରିଲିଫ ଏବଂ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ସେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment