ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୧୪କୁ ବୃଦ୍ଧି, ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନେ ଜନିତ ମୃତ୍ୟୁସଂଖ୍ୟା ୧୧୪ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୪୨୧ ରହିଛି। ଗତକାଲି ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧ ଓ ମୃତକଙ୍କ ସଂଖ୍ୟା ୧୧୧ ରହିଥିଲା। ହେଲେ ୨୪ ଘଣ୍ଟାରେ ୩୫୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ୪୪୨୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ସାର୍ବଧିକ ୮୬୮ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୪୫ ଜଣ ପ୍ରାଣହରାଇ ସାରିଲେଣି।

ଏହା ପଛକୁ ତାମିଲନାଡୁ ରହିଛି। ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା ୬୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାପରେ ଆନ୍ଧ୍ରପ୍ରଦେଶରେ ୨୬୬ ଜଣ କରୋନା ରୋଗୀ ଠାବ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।

Leave a comment