ରାଜ୍ୟରେ ସର୍ବାଧିକ ୧୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ରାଜ୍ୟରେ ୨୭ଟି ଜିଲ୍ଲାରୁ ୧୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୩୦୭୩ରେ ପହଁଚିଛି।ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୯୭ ଜଣ, ଗଜପତି ଜିଲ୍ଲାରୁ ୮୩ ଜଣ, ଯାଜପୁର ଜିଲ୍ଲାରୁ ୭୦ ଜଣ, କେନ୍ଦୁଝର ଜିଲ୍ଲାରୁ ୫୭ ଜଣ, କଟକ ଜିଲ୍ଲାରୁ ୫୦ ଜଣ, ବୌଦ୍ଧ ଜିଲ୍ଲାରୁ ୪୦ ଜଣ, ନୟାଗଡ଼ ଜିଲ୍ଲାରୁ ୩୭ ଜଣ, ରାୟଗଡ଼ା ଜିଲ୍ଲାରୁ ୩୭ ଜଣ, ପୁରୀ ଜିଲ୍ଲାରୁ ୩୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦ ଜଣ, ମୟୂରଭଂଜ ଜିଲ୍ଲାରୁ ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକ ଜିଲ୍ଲାରୁ ୨୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୨ ଜଣ, କନ୍ଧମାଳ ଜିଲ୍ଲାରୁ ୧୭ ଜଣ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରୁ ୧୬-୧୬ ଜଣ, ମାଲକାନଗିରି ଜିଲ୍ଲାରୁ ୧୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଓ କୋରାପୁଟ ଜିଲ୍ଲାରୁ ୫-୫ ଜଣ, ବରଗଡ଼ ଜିଲ୍ଲାରୁ ୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୩ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୫ ଲକ୍ଷ ୫୬ ହଜାର ୫୮୮ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୩୬ ହଜାର ୨୯୭ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୨୩ ହଜାର ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୦୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୨ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Leave a comment