ଓଡ଼ିଶାରୁ ୧୧ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପଦକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ଓଡ଼ିଶାରୁ ୧୧ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ଏହି ପଦକ ଅଗ୍ନି ସେବା, ସାଧାରଣ ସୁରକ୍ଷା ଓ ହୋମ ଗାର୍ଡ କ୍ଷେତ୍ରରେ ପ୍ରଦାନ କରାଯିବ । ଅଗ୍ନି ସେବା କ୍ଷେତ୍ରରେ ଭାରତ ଭୂଷଣ ନାୟକ, ଗୁଣଧର ଜେନା, ବିଜୟ ନାରାୟଣ ପଣ୍ଡା, ତ୍ରିଲୋକ କୁମାର ବାବୁ, ଦୟାନିଧି ମିଶ୍ର, ନିରଞ୍ଜନ ମନ୍ତ୍ରୀ ଓ ସର୍ବେଶ୍ୱର ମହାରଣାଙ୍କୁ ପଦକ ମିଳିବାକୁ ଥିବାବେଳେ ସାଧାରଣ ସୁରକ୍ଷା ଓ ହୋମଗାର୍ଡ କ୍ଷେତ୍ରରେ ରମେଶ ଚନ୍ଦ୍ର ମହାନ୍ତି, ଅରୁଣ କୁମାର ଜେନା, ଲିଲି ପୃଷ୍ଟି ଓ ଏନ ରାଜେନ୍ଦ୍ର ଦୋରାଙ୍କୁ ରାଷ୍ଟ୍ରପତି ପଦକ ମିଳିବ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ସ୍ୱାଧୀନତା ଦିବସରେ ୫୬ ଜଣଙ୍କୁ ଅଗ୍ନିଶମ ସେବା କ୍ଷେତ୍ରରେ ଓ ୪୪ ଜଣଙ୍କୁ ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ।

Leave a comment