୭ ଦିନରେ ଦେଶ ଛାଡ଼ି ପଳାଇଲେଣି ୧୦ ଲକ୍ଷ ୟୁକ୍ରେନ୍ବାସୀ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସପ୍ତାହ ଭିତରେ ଋଷର ଆକ୍ରମଣ ପରଠାରୁ ୟୁକ୍ରେନ ଛାଡି ପଳାଇଛନ୍ତି ୧ମିଲିୟନ ଲୋକ ଅର୍ଥାତ ୧୦ ଲକ୍ଷ ଲୋକ UNHCR ଗଣନା ଅନୁସାରେ ୟୁକ୍ରେନର ଜନସଂଖ୍ୟାର ୨ ପ୍ରତିଶତରୁ ଅଧିକ । ୨୦୨୦ ଶେଷରେ ବିଶ୍ୱ ବ୍ୟାଙ୍କ ଏହାର ଜନସଂଖ୍ୟାକୁ ୪୪ ଲକ୍ଷ ବୋଲି କହିଥିଲା ।
ମିଳିତ ଜାତିସଂଘ ଏଜେନ୍ସି ପୂର୍ବାନୁମାନ କରିଛି ଯେ, ୟୁକ୍ରେନ ଛାଡିପାରନ୍ତି ୪୪ ଲକ୍ଷ ଲୋକେ। ଏହାସହ ଚେତାବନୀ ଦେଇଛି ଯେ, ଏହି ସଂଖ୍ୟା ଆହୁରି ବି ବଢ଼ିପାରେ। ଏକ ଇ-ମେଲରେ, UNHCR ମୁଖପାତ୍ର ଜୋଙ୍ଗ-ଆହା ଗେଡିନି-ୱିଲିୟମ ଲେଖିଛନ୍ତି ଯେ, ଜାତୀୟ କର୍ତ୍ତୃପକ୍ଷଙ୍କ ଗଣନାକୁ ଆଧାର କରି ୟୁରୋପରେ ମଧ୍ୟରାତ୍ରି ସୁଦ୍ଧା ଏହା ଏକ ଲକ୍ଷ ଛୁଇଁପାରେ।
ମିଳିତ ଜାତିସଂଘର ଶରଣାର୍ଥୀ ହାଇ-କମିଶନର ଫିଲିପ୍ପୋ ଗ୍ରାଣ୍ଡି ଟ୍ୱିଟରରେ ଲେଖିଛନ୍ତି ଯେ, ସାତ ଦିନ ମଧ୍ୟରେ ଏକ ଲକ୍ଷ ଶରଣାର୍ଥୀଙ୍କ ୟୁକ୍ରେନରୁ ପଡୋଶୀ ଦେଶକୁ ଚାଲିଯିବାର ଆମେ ସାକ୍ଷୀ ରହିଛୁ । ୨୦୧୧ ମସିହା ସିରିଆ ଗୃହ ଯୁଦ୍ଧ ସମୟରେ ସବୁଠାରୁ ଅଧିକ ଲୋକ ଦେଶ ଛାଡ଼ି ଚାଲିଯାଇଥିଲେ । UNHCR ଅନୁସାରେ ପାଖାପାଖି ୫.୬ ମିଲିୟନ୍ ଲୋକ ଦଶରୁ ପଳାୟନ କରିଥିଲେ । ୨୦୧୩ ମସିହାର ଆରମ୍ଭରେ ସିରିଆର ୧୦ ଲକ୍ଷ ଶରଣାର୍ଥୀ ୩ ମାସ ସମୟ ମଧ୍ୟରେ ବିମାନ ଯୋଗେ ଦେଶ ଛାଡ଼ିଥିଲେ । ତେବେ UNHCRର ମୁଖପାତ୍ର ସବିଆ ମଣ୍ଟୁ ବୁଧବାର କହିଛନ୍ତି ୟୁକ୍ରେନ୍ କ୍ରାଇସିସ୍ ଶତାବ୍ଦୀର ସବୁଠାରୁ ବଡ଼ ଶରଣାର୍ଥୀ ସଙ୍କଟର ଉତ୍ସ ହୋଇପାରେ ।