ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୦ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡସ ସ୍ଥଗିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଭୂବନେଶ୍ୱର ଜନତା ମଇଦାନ ଠାରେ ଓଡିଶାର ଅଗ୍ରଣୀ ଇଭେଣ୍ଟ ମ୍ୟାନେଜମେଣ୍ଟ ଅନୁଷ୍ଠାନ ହ୍ୱାଇଟ କାନଭାସ ଆନୁକୁଲ୍ୟରେ ଅୟୋଜିତ ହେବାକୁ ଥିବା ୧୦ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡସ ୨୦୧୯ କାର୍ଯ୍ୟକ୍ରମକୁ
କରୋନା ଭାଇରସର ସଂକ୍ରମଣତାକୁ ଦୃଷ୍ଟିରେ ରଖି ଏବଂ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ବୋଲି ଆୟୋଜକ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୧୦ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡସକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିବା ଦର୍ଶକ, ପ୍ରାୟୋଯକ, କଳାକାର, ଟେକ୍ନିସିଆନ ଏବଂ ଶୁଭେଛୁ ବନ୍ଧୁମାନଙ୍କୁ ଧନ୍ୟବାଦ ଦେବା ସହ ଓଫା ପରିବାର ଅନୁରୋଧ କରିଛନ୍ତି ଯେ, ଏହି ଭୟାବହ ବିପତ୍ତି ସମୟରେ ଆପଣମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା କରୋନା ସଂପର୍କିତ ପରାମର୍ଶ ଓ ନିୟମାବଳୀକୁ ପାଳନ କରନ୍ତୁ ।
୧୦ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡସର ୧୦ମ ସଂସ୍କରଣ ଆଗାମୀ ଦିନରେ ସ୍ଥିତି ଅନୁଧ୍ୟାନ କରି ତାରିଖ ଓ ସ୍ଥାନ ନିର୍ଦ୍ଧାରଣ କରିବା ପରେ ଜନସାଧାରଣଙ୍କୁ ସୁଚାଇ ଦିଆଯିବ ବୋଲି ଓଡିଆ ଫିଲ୍ମ ଫେୟାର ଆୱାର୍ଡସର ମୁଖ୍ୟ ଉପଦେଷ୍ଟା ବାପୁ ଲେଙ୍କା, ଆବାହକ ଡ. ମନୋଜ ଦାଶ, ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା, ଉପାଧ୍ୟକ୍ଷ ସ୍ମୃତିଶିକ୍ତ ସାମନ୍ତରାୟ, ନିର୍ଦ୍ଦେଶକ ଚିଂଟୁ ମିଶ୍ର, ସୌମ୍ୟଜିତ ପରିଡ଼ା, ଅମୃତ ରଂଜନ ଦାଶ, ଜ୍ଞାନ ରଂଜନ ରାୟ ଓ କାର୍ଯ୍ୟକାରୀ ସଦସ୍ୟ ଅସୀତ ସାମଲ, ଅଜୟ ନାୟକ, ଶୁଭେନ୍ଦୁ ଦାସ, ପତିତପାବନ ପଣ୍ଡା, ସନ୍ତୋଷ ନାୟକ ପ୍ରମୁଖ ଘୋଷଣା କରିଛନ୍ତି ।