ଆତଙ୍କବାଦୀଙ୍କ ଗୁଳିରେ ୧୦ ପାକିସ୍ତାନୀ ଯବାନ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନୀ ଆର୍ମୀ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ଏଥିରେ ୧୦ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ-ପଶ୍ଚିମ ବେଲୁଚିସ୍ଥାନ ପ୍ରାନ୍ତର କେଚ୍ ଜିଲ୍ଲାରେ ପାକିସ୍ତାନ ପୋଷ୍ଟ ଉପରେ ହୋଇଛି ଏହି ଆକ୍ରମଣ । ୨୫ ତାରିଖ ରାତିରେ ଆତଙ୍କବାଦୀ ଏହି ନରସଂହାର କରିଛନ୍ତି ।
ରାତିରେ ଆତଙ୍କବାଦୀମାନେ ହଠାତ ଆକ୍ରମଣ କରିଥିଲେ । ଆତଙ୍କୀଙ୍କ ତରଫରୁ ପ୍ରବଳ ଗୁଳିମାଡ କରାଯାଇଥିଲା । ଯେଉଁଥିରେ ୧୦ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଘଟିଛି । ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । କୌଣସି ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।ଆକ୍ରମଣ ପରେ ସେନା ପକ୍ଷରୁ ଅପରେସନ୍ ଫଲୋପ୍ କ୍ଲିୟରାନ୍ସ ଆରମ୍ଭ କରାଯାଇଥିଲା । ଏହି ସମୟରେ ୩ ଜଣ ଆତଙ୍କବାଦୀଙ୍କୁ ଧରାଯାଇଛି ।