୧୦୪ରୁ ଫୋନ୍ ଆସିଲେ ଯଦି କେହି ଏହାକୁ ଗ୍ରହଣ ନ କରନ୍ତି, ତାହେଲେ ହେବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁକାବିଲା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ପାଇଁ ୧୦୪ ହେଲପ୍ ଲାଇନ ନମ୍ବର ବ୍ୟବସ୍ଥା କରିଛନ୍ତି। ଏହି ନମ୍ବରରେ କୋଭିଡ ସଂକ୍ରାନ୍ତରେ ତଥ୍ୟ ମିଳିପାରୁଛି। କିନ୍ତୁ କିଛି ଲୋକ ଏହାକୁ ଅଣଦେଖା କରୁଥିବାରୁ, ରାଜ୍ୟ ସରକାର ଏବେ ଶକ୍ତ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ କୁହାଯାଇଛି ଯେ, ୧୦୪ରୁ ଫୋନ୍ ଆସିଲେ ଯଦି କେହି ଏହାକୁ ଗ୍ରହଣ ନ କରନ୍ତି, ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ଯେ, ବିଦେଶ ଫେରନ୍ତା ଏଥି ପାଇଁ ସହଯୋଗ କରନ୍ତୁ। ୧୦୪ ନମ୍ବର ସହିତ ସେମାନେ ପଂଜୀକରଣ କରିଥିବା ମୋବାଇଲ ନମ୍ବରକୁ ସବୁବେଳେ ଅନ୍ ରଖନ୍ତୁ। ପଂଜୀକୃତ ନମ୍ବର ସୁଇଚ ଅଫ୍ ରଖିବା ଅପରାଧ ଅଟେ। କାରଣ ହୋମ୍ କ୍ୱାରେଣ୍ଟାଇନରେ ରହୁଥିବା ବିଦେଶ ଫେରନ୍ତାଙ୍କ ସ୍ଥିତି ସଂପର୍କରେ ରାଜ୍ୟ ସରକାର ସବୁବେଳେ ଅବଗତ ରହୁଛନ୍ତି।