ଆଜିଠୁ ରାହୁଲଙ୍କ ପାଇଁ ପ୍ରଚାର କରିବ ୧୦ ରଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନ ଦେବାକୁ ଆସନ୍ତା ୨୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆସନ୍ତା ୨୫ ପରେ ନିର୍ବାଚନ ପର୍ଯ୍ୟନ୍ତ ସବୁ ମାସରେ ରାହୁଲ ଥରୁଟିଏ ଓଡ଼ିଶା ଗସ୍ତରେ ଆସିବେ ବୋଲି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି । ତେବେ ରାହୁଲଙ୍କ ଗସ୍ତ ପାଇଁ ପ୍ରଚାର କାର୍ଯ୍ୟରେ ୧୦ଟି ରଥ ନିୟୋଜିତ ହୋଇଛି । ଆଜିଠାରୁ ରାଜ୍ୟ କଂଗ୍ରେସ ଭବନରୁ ଏହି ରଥଗୁଡ଼ିକର ଶୁଭାରମ୍ଭ କରାଯାଇଛି । ଏହିରଥ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନ ସହ ନଖରା ପର୍ଯ୍ୟନ୍ତ ବୁଲି ବୁଲି ପ୍ରଚାର କରିବ ବୋଲି ଜଣାପଡ଼ିଛି । ଏଥିସହ ତେବେ ସାଧାରଣ ନିର୍ବାଚନ ପାଇଁ ଜାତୀୟ ଦଳଗୁଡ଼ିକର ଫୋକସ୍‌ରେ ଓଡ଼ିଶା ଥିବା ଦେଖାଯାଉଛି । ଏଇ ମାସକ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଥର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତାଙ୍କୁ ଟକ୍କର ଦେବାକୁ ରାହୁଲ ଓଡ଼ିଶା ଆସୁଥିବା କୁହାଯାଉଛି । ସେପଟେ ଆସନ୍ତା ୨୯ ତାରିଖରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ଓଡ଼ିଶା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

Leave a comment