କରୋନା ମାଡ କୁକୁଡ଼ା ଘାଇଲା, ୧୦ ଟଙ୍କାରେ ଗୋଟେ କୁକୁଡ଼ା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୦ ଟଙ୍କାରେ ଗୋଟେ କୁକୁଡ଼ା। କଥାଟି ଗପଭଳି ଲାଗୁଥିଲେ ମଧ୍ୟ ଏହା ସତ। ପୁୁରୀ ଜିଲ୍ଲା ନିମାପଡା ବଜାରରେ ଏଭଳି ଦେଖିବାକୁୁ ମିଳିଛି।
ଏଠାରେ ଗତକାଲି ଚାଷୀମାନେ ପ୍ରଥମେ କୁକୁଡ଼ା ଗୋଟାକୁ ୪୦ ଟଙ୍କା କରିଥିଲେ। ଏହା ଗ୍ରାହକଙ୍କୁ ଏତେଟା ଆକୃଷ୍ଟ କରି ନଥିଲା। ପରେ ତିନିଟା କୁକୁଡ଼ା ନେଲେ ୧୦୦ ଟଙ୍କାରେ ଦିଆଯିବ ବୋଲି ଘୋଷଣା କରିଥିଲେ। ହେଲେ ଏତେ କମ୍ ଦର କରାଗଲେ ମଧ୍ୟ ଲୋକେ କୁକୁଡ଼ା କିଣିବାକୁ ଆଗ୍ରହ ଦେଖାଇ ନଥିଲେ। ଶେଷରେ କୁକୁଡ଼ା ଗୋଟା ୧୦ ଟଙ୍କାରେ ବିକ୍ରି କରିବାକୁ ଚାଷୀ ବାଧ୍ୟ ହୋଇଥିଲେ। ଆଜି ବି ସେଠାରେ କୁକୁଡ଼ା ଗୋଟାକୁ ୧୦ ଟଙ୍କାରେ ବିକ୍ରି କରାଯାଉଛି।
ପୂର୍ବରୁ ବାର୍ଡ ଫ୍ଲୁ ଯୋଗୁ କୁକୁଡ଼ା ବିକ୍ରି କମିଥିବା ବେଳେ ଏବେ କିଛି ଦିନ ହେବ କରୋନା ଭୟରେ ଲୋକେ ଚିକେନ୍ ଖାଉ ନାହାନ୍ତି। ଏଣୁ କୁକୁଡ଼ା ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। କୁକୁଡ଼ା ବିକ୍ରି ହେଉ ନ ଥିବା ବେଳେ ସେମାନଙ୍କ ପଛରେ ଦାନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ଫଳରେ ଚିକେନ ଦାମ୍ ଠାରୁ ଦାନା ଖର୍ଚ୍ଚ ବଢ଼ିଯାଉଥିବାରୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।