ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ

0

ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଏଭଳି ନିଷ୍ପତି ନେଇଛି ସ୍ଵାସ୍ଥ୍ୟ ବିଭାଗ। ପୁରୀ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ଯେଉଁଥିରେ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି ।

ପୁରୀରେ ରଥଯାତ୍ରା ପାଇଁ ୫୦ ହଜାର ରାପିଡ ଆଣ୍ଟିଜେନ ଟେଷ୍ଟିଂ ବଢ଼ାଯିବ । ଏହା ସହ ଟୀକାକରଣକୁ ଅଧିକ ବଢ଼ାଇବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଯେଉଁମାନଙ୍କର ଲକ୍ଷଣ ରହୁଛି ସେମାନେ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ ବୋଲି ନିର୍ଦେଶ ଦିଆଯାଇଛି ।

Leave a comment