୧୦ଲକ୍ଷ ଯୁବକଯୁବତୀଙ୍କୁ ଦଳରେ ସାମିଲ କରିବା ବିଜେପିର ଲକ୍ଷ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବ ଜୋରସୋରରେ ଚାଲିଛି ନୂତନ ବିଜେପିର ସଦସ୍ୟ ଗ୍ରହଣ ଅଭିଯାନ । ଓଡ଼ିଶାରେ ୧୦ଲକ୍ଷ ଯୁବକଯୁବତୀଙ୍କୁ ଦଳର ସଦସ୍ୟ କରିବାକୁ ବିଧିବଦ୍ଧ ଅଭିଯାନ ପ୍ରସ୍ତୁତ କରାଯାଇଛି । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଅତୁଲ କୁମାର ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଦଳର ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ଓଡ଼ିଶାରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ଦଳର ସଦସ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଜୁଲାଇ ୨୬ ତାରିଖ କାର୍ଗିଲ ବିଜୟ ଦିବସ ଏବଂ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ସାରା ରାଜ୍ୟରେ ବୁଥସ୍ତର ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ସଦସ୍ୟତା ଅଭିଯାନ ଉଦ୍ୟମ କରାଯିବ । ସେହିପରି ବିଜେପିର ନେଶନ୍ ଫାଷ୍ଟ୍ ଓ ଗରିବ କଲ୍ୟାଣ ଯୋଜନା ଯୁବପିଢ଼ିଙ୍କୁ ବିଜେପି ଆଡ଼କୁ ବେଶ ଆକର୍ଷିତ କରୁିଛି ବୋଲି ଶ୍ରୀ କୁମାର ଓ ଶ୍ରୀ ତ୍ରିପାଠୀ କହିବା ସହ ବିଜେପି ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସବୁ ଅଞ୍ଚଳରୁ ଯୁବଗୋଷ୍ଠିଙ୍କୁ ଦଳରେ ସାମିଲ କରାଯିବାକୁ ଯୋଜନା ଚାଲିଛି ।