ଫାଟିଗଲା ଗ୍ୟାସ୍ ଟ୍ୟାଙ୍କର; ଚାଲିଗଲା ୧୦ ଜଣଙ୍କ ଜୀବନ

ଫାଟିଗଲା ଗ୍ୟାସ୍ ଟ୍ୟାଙ୍କର। ଏଲ୍ପିଜି ଗ୍ୟାସ୍ ନେଇ ଯାଉଥିବା ଟ୍ୟାଙ୍କର୍ରେ ଘଟିଲା ଭୟଙ୍କର ବିସ୍ଫୋରଣ। ଘଟଣାସ୍ଥଳରେ ହିଁ ଚାଲିଗଲା ୧୦ ଜଣଙ୍କ ଜୀବନ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଅଞ୍ଚଳର ପୂର୍ବପ୍ରାନ୍ତରେ ଥିବା ବୋକ୍ସବର୍ଗ ସହରରେ।
ସୂଚନା ମୁତାବକ, ଟାମ୍ବୋ ମେମେରିଆଲ ହସ୍ପିଟାଲ ନିକଟରେ ଶନିବାର ଲିକ୍ୟୁଡ୍ ପେଟ୍ରୋଲିଅମ୍ ଗ୍ୟାସ୍ ତଥା ଏଲ୍ପିଜି ନେଇ ଯାଉଥିବା ଏକ ଇନ୍ଧନ ଗ୍ୟାସ୍ ଟ୍ୟାଙ୍କର୍ରେ ବିସ୍ଫୋରଣ ହୋଇଛି।
ପୋତ ତଳ ଦେଇ ଟ୍ୟାଙ୍କର୍ଟି ଯାଉଥିବା ବେଳେ ହଠାତ୍ ଲାଖି ଯାଇଥିଲା। ଏହାପରେ ଏଥିରେ ବିସ୍ଫୋରଣ ଘଟିଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି।
ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ହସ୍ପିଟାଲର ଛାତର କିଛି ଅଂଶ ଭାଙ୍ଗି ଯାଇଛି। ଏଥିସହ ଆଖପାଖ ଅଞ୍ଚଳରେ ଥିବ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପାଖରେ ରଖାଯାଇଥବା ଗାଡିଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି। ବିସ୍ଫୋରଣାର ହସ୍ପିଟାଲର ଛାତ୍ର ଭାଙ୍ଗିବା ପରେ ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ସେଠାକାର ଜଣେ ଅଧିକାରୀଙ୍କ କହିବା ମୁତାବକ, ଟ୍ୟାଙ୍କରଟି ପୋଲ ତଳ ଦେଇ ଯାଉଥିବା ବେଳେ ଲାଖିଯାଇଥିଲା। ପୋଲ ତଳେ ଘଷିବା ହେବା ଯୋଗଉଁ ଏଥିରେ ନିଆଁ ଲାଗି ଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା।
ଏଥିଯୋଗୁ କିଛି ଅଗ୍ନିଶମ କର୍ମଚାରୀଙ୍କ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିସହ ଗୋଟିଏ ଦମକଳ ଓ ଦୁଇଟି ମୋଟର୍କାର୍ ନଷ୍ଟ ହୋଇଛି। ଆହତ ଟ୍ୟାଙ୍କର ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ବୋଲି ଆଶଙ୍କା କରାଯାଇଛି।