୧୦ପ୍ରମୁଖ ସଚିବଙ୍କୁ ୧୦ ଜିଲ୍ଲାର ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୦ଜିଲ୍ଲାର ବିକାଶ ପାଇଁ ୧୦ପ୍ରମୁଖ ସଚିବଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର ।

୧. କୃଷି ଉତ୍ପାଦନ କମିଶନର ପ୍ରଦୀପ କୁମାର ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।
୨. ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗଙ୍କୁ ରାୟଗଡା ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

୩. କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗଙ୍କୁ କୋରାପୁଟ ଜିଲ୍ଲା ଦାୟିତ୍ବ ଦିଆଯାଇଛି ।

୪. ପଞ୍ଚାୟତିରାଜ ସଚିବ ଡି.ଆର.କେ ସିଂହଙ୍କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

୫. ଗୃହ ସଚିବ ସଞ୍ଜୀବ ଚୋପ୍ରାଙ୍କୁ କନ୍ଧମାଳ ଜିଲ୍ଲା ଦାୟିତ୍ୱ ମିଳିଛି ।

୬. ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ନବରଙ୍ଗପୁର ଜିଲ୍ଲା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି ।

୭. ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ନୂଆପଡା ଦାୟିତ୍ୱ ପ୍ରଦାନ କରାଯାଇଛି ।

୮. ଦକ୍ଷତା ବିକାଶ ବିଭାଗ ସଚିବ ଏସ.କେ ସିଂଙ୍କୁ ଗଜପତି ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

୯. ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ବଲାଙ୍ଗୀର ଦାୟିତ୍ୱ ଦିଆଯାଇଛି ।

୧୦. ଖାଦ୍ୟ ଯୋଗାଣ ସଚିବ ଭି.ଭି ଯାଦବଙ୍କୁ ମାଲକାନଗିରି ଦାୟିତ୍ୱ ପ୍ରଦାନ କରାଯାଇଛି ।

୧୦ ଆକାଂକ୍ଷୀ ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳଯୋଗାଣ ଭଳି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦିଆଯିବା ନେଇ କାର୍ଯ୍ୟ କରିବେ ଏହି ୧୦ ବରିଷ୍ଠ ଆଇଏଏସ ଅଧିକାରୀ ।

Leave a comment