କରୋନାରେ ଆଜି ୧୦ଜଣଙ୍କ ଜୀବନ ଗଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଆଉ ୧୦ଜଣଙ୍କ ଜୀବନ ନେଲା କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୬୯ରେ ପହଞ୍ଚିଛି । ଗଞ୍ଜାମରୁ ୪, ଭୁବନେଶ୍ୱରରୁ ୨, ନୟଗଡ଼ା, ସୁନ୍ଦରଗଡ଼, ରାୟଗଡ଼ା ଓ ବାଲେଶ୍ୱର ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଗୁରୁବାର ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୪ଜଣ ସଂକ୍ରମିତ ହେଉଛନ୍ତି ୪୩ବର୍ଷିୟ, ୪୭ବର୍ଷିୟ, ୩୩ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି ଏବଂ ଅନ୍ୟଜଣେ ୬୪ବର୍ଷିୟ ପୁରୁଷ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ସେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ଏହାସହ ରାୟଗଡ଼ାରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୫୦ ବର୍ଷିୟ ପୁରୁଷ ।
ସେହିଭଳି ଭୁବନେଶ୍ୱରରୁ ସଂକ୍ରମିତ ହେଉଛନ୍ତି ଜଣେ ୬୦ବର୍ଷିୟ ପୁରୁଷ ଏବଂ ଆଉ ଜଣେ ୬୦ବର୍ଷିୟ ମହିଳା ଦୁହେଁ ପୂର୍ବରୁ ଅନ୍ୟାଅନ୍ୟ ରୋଗରେ ପୀଡ଼ିତ ଥିଲେ । ସେହିଭଳି ସମ୍ବଲପୁରରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଫଛନ୍ତି ୬୭ବର୍ଷିୟ ପୁରୁଷ ଯିଏ କି ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ନୟାଗଡ଼ରେ ମୃତ୍ୟୁବରଣ କରିଥିବା ସଂକ୍ରମିତ ହେଉଛନ୍ତି ୬୫ବର୍ଷିୟ ପୁରୁଷ । ସେହିଭଳି ସୁନ୍ଦରଗଡ଼ରୁ ମୃତ୍ୟୁ ବରଣ କରିଥିବା ସଂକ୍ରମିତ ହେଉଛନ୍ତି ୭୧ବର୍ଷିୟ ପୁରୁଷ ଯିଏ କି ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ।

Leave a comment