୬ଟା ପୂର୍ବରୁ ଓ ୧୦ଟା ପରେ ବାଣ ଫୁଟାଇ ୧ଲକ୍ଷ୧୫ହଜାର ଟଙ୍କା ଜୋରିମାନା ଗଣିଲେ ଟ୍ଵିନସିଟିବାସୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଣ ଫୁଟା ସମୟକୁ ନେଇ ସୁପ୍ରିମକୋର୍ଟ ଜାରି କରିଥିବା ଗାଇଡ଼ ଲାଇନ କୁ ଉଲଂଘନ କରିଥିବା ଅଭିଯୋଗରେ କମିଶନରେଟ ପୋଲିସ ତରଫରୁ ୩୭୦ଜଣଙ୍କ ନାମରେ ଅଭିଯୋଗ ହୋଇଛି ।
ଟ୍ଵିନ ସିଟି କମିଶନରେଟ ପୋଲିସ କମିଶନର ଙ୍କ ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ଗାଇଡ଼ ଲାଇନ ଅନୁସାରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ନିର୍ଦ୍ଦେଶ ଥିଲା । କିନ୍ତୁ ଏହି ନିର୍ଦ୍ଦେଶ କୁ ଅମାନ୍ୟ କରି ଟ୍ଵିନ ସିଟି ର କିଛିଲୋକ ନିର୍ଦ୍ଧାରିତ ସମୟ ଆଗରୁ ଅର୍ଥାତ ରାତି ୮ଟା ଆଗରୁ ଏବଂ ନିର୍ଦ୍ଧାରିତ ସମୟ ପରେ ଅର୍ଥାତ ରାତି ୧୦ଟା ପରେ ବାଣ ଫୁଟାଇବା ଦେଖାଯାଇ ଥିଲା । ଏହାକୁ ନିୟନ୍ତ୍ରଣ କରିବା ଏବଂ ସୁପ୍ରିମକୋର୍ଟ ର ଗାଇଡ଼ ଲାଇନ କୁ ପୁରା କଡାକଡ଼ି ପାଳନ କରିବାକୁ ଯାଇ କମିଶନରେଟ ପୋଲିସ ୧୪୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲାବେଳେ, ୨୩୦ଆଇନୀ ଉଲଂଘନ କାରୀଙ୍କ ଠାରୁ ୧ଲକ୍ଷ୧୫ହଜାର ଟଙ୍କାର ଜୋରମାନା ଆଦାୟ କରାଯାଇଥିବାର ଟ୍ଵିନ ସିଟି କମିଶନର ସତ୍ୟଜିତ ମହାନ୍ତି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।