କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ ଖର୍ଚ୍ଚ ହେବ ୧ ହାଜର କୋଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ୟାନ୍‌ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ଖର୍ଚ୍ଚ କରିବେ ଏକ ହଜାର କୋଟି ଟଙ୍କା। ଏ ନେଇ ସଚିବାଳୟଠାରେ ଟାଟା ଟ୍ରଷ୍ଟ ସହ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏହି ସୂଚନା ଦେଇଛନ୍ତି। ବୈଠକରେ ତ୍ରିସ୍ତରୀୟ ପଦକ୍ଷେପ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏଥିରେ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ ସହ ୧୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ବିକାଶ କରାଯିବ ବୋଲି ଆଲୋଚନା ହୋଇଥିଲା। ଆଗାମୀ ୫ ବର୍ଷ ମଧ୍ୟରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଲକ୍ଷ ରହିଛି। ଏଥିପାଇଁ ଟାଟା ଟ୍ରଷ୍ଟ ଓ ରାଜ୍ୟ ସରକାର ୫୦% ଲେଖାଏଁ ଟଙ୍କା ଖର୍ଚ୍ଚ କରିବେ। ଏହାର ତଦାରଖ ପାଇଁ ଓଡ଼ିଶା କ୍ୟାନସର କେୟାର ଫାଉଣ୍ଡେସନ୍‌ ଗଠନ ହେବ ବୋଲି ବୈଠକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି।

Leave a comment