୯୦ ଡିଗ୍ରୀରେ ବଙ୍କା ହୋଇ ରହିଛି ସାରା ଜଙ୍ଗଲର ଗଛ, ରହସ୍ୟ ଜାଣି ପାରୁନାହାନ୍ତି ଗବେଷକ

0

ବିଶ୍ବରେ ଚମତ୍କାରର ଅଭାବ ନାହିଁ ବେଳେବେଳେ ମଣିଷଠୁ ଅଧିକ ରହସ୍ୟ ପ୍ରକୃତିରେ ଲୁଚି ରହିଥାଏ । ପ୍ରକୃତି କୋଳରେ ବେଳେବେଳେ ଏମିତି କିଛି ଅଭୁତ ଜିନିଷ ଦେଖିବାକୁ ମିଳେ ଯାହା ମଣିଷର କଳ୍ପନା ବାହାରେ ହୋଇଥାଏ । ସେମିତି ଗୋଟିଏ ଜୀବନ୍ତ ଉଦାହରଣ ହେଉଛି ପୋଲାଣ୍ଡର କ୍ରୁକେଡ୍ ଜଙ୍ଗଲ। ଏହି ଜଙ୍ଗଲ ଦୁନିଆର ବାକି ଜଙ୍ଗଲଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାର ଭୟାନକ ଗଛ ପାଇଁ ନୁହେଁ, ବରଂ ଗଛର ବଙ୍କା ହେତୁ ଏହା ଏକ ଚମତ୍କାର ଜଙ୍ଗଲ ହୋଇ ରହିଛି। ପୋଲାଣ୍ଡର ଏହି ଜଙ୍ଗଲ ନୋଏ ସାଜର୍ନୋଭୋ ଗାଁ ନିକଟରେ ରହିଛି। ଏହି ଜଙ୍ଗଲରେ ଥିବା ବୃକ୍ଷଗୁଡ଼ିକର ବିଶେଷତ୍ୱ ​​ହେଉଛି ଯେ ସେମାନେ ସଠିକ୍ ୯୦ ଡିଗ୍ରୀ କୋଣରେ ରହିଥାନ୍ତି। ସେମାନେ ତିନି ରୁ ନଅ ଫୁଟ ପର୍ଯ୍ୟନ୍ତ ବଢିବା ପରେ ମୋଡ଼ି ହୋଇ ଯାଆନ୍ତି। ଯାହା ଦେଖିବାକୁ ଅତ୍ୟନ୍ତ ରହସ୍ୟମୟ। ପୋଲାଣ୍ଡର ଜଙ୍ଗଲଟି ଏହାର ରହସ୍ୟମୟ ଗଛ ଯୋଗୁଁ ବହୁତ ଚର୍ଚ୍ଚାରେ ରହିଛି। କୁହାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ପୂର୍ବରୁ ଜଙ୍ଗଲରେ ସେହି ଗଛଗୁଡ଼ିକ ଲଗାଯାଇଥିଲା। ୧୯୩୦ ମସିହାରେ ଏହି ଗଛ ଲଗାଯାଇଥିଲା ବୋଲି ବିଶ୍ୱାସ କରାଯାଏ। ଗଛଗୁଡିକର ପ୍ରବୃତ୍ତି ହେତୁ ଜଙ୍ଗଲର ନାମ କ୍ରୁକେଡ୍ ଫରେଷ୍ଟ ରହିଛି। ଜଙ୍ଗଲଟି ପୋଲାଣ୍ଡରେ ବହୁତ ପ୍ରସିଦ୍ଧ। ଏହି ଗଛ ଲଗାଇବା ପାଇଁ କିଛି ବିଶେଷ ପ୍ରକାରର ଟେକ୍ନୋଲୋଜି ନିଶ୍ଚୟ ବ୍ୟବହୃତ ହୋଇଥିବାର ବିଶ୍ୱାସ କରାଯାଏ। କିନ୍ତୁ ସତ୍ୟତା ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ। ଗଛର ମୋଡ଼ କେବଳ ରହସ୍ୟମୟ ନୁହେଁ, ସମସ୍ତ ଗଛ ସମାନ ଦିଗକୁ ମୋଡ଼ି ହୋଇ ରହିବା ଏହାର ରହସ୍ୟକୁ ଆହୁରି ଗଭୀର କରିଥାଏ। ତେବେ ଗଛ ଗୁଡ଼ିକ ସମାନ ଦିଗରେ ୯୦ ଡ଼ିଗ୍ରୀ କୋଣରେ ମୋଡ଼ି ହେବା ଜଙ୍ଗଲକୁ ଅଧିକ ସୁନ୍ଦର କରିଥାଏ। ସ୍ଥାନୀୟ ଲୋକ କୁହନ୍ତି ଯେ ମାଧ୍ୟାକର୍ଷଣ ଶକ୍ତି ହେତୁ ଗଛଗୁଡ଼ିକ ମୋଡ଼ି ହୋଇଯାଏ। ଏଥି ସହିତ, କିଛି ଲୋକ ଅନ୍ୟ ଗ୍ରହର ଜୀବମାନଙ୍କର ଭୂମିକାକୁ ଏହି ଗଛଗୁଡ଼ିକୁ ବଙ୍କା କରିବାର ମୁଖ୍ୟ କାରଣ ବୋଲି ବିବେଚନା କରନ୍ତି। ତଥାପି, ଆଜି ପର୍ଯ୍ୟନ୍ତ ଏହି ଗଛଗୁଡିକ ମୋଡ଼ି ହେବାର ପ୍ରକୃତ କାରଣ କେହି ଜାଣିପାରି ନାହାନ୍ତି।

Leave a comment

You cannot copy content of this page