୬ରୁ ଶିମିଳିପାଳରେ ୩ ଦିନିଆ କୁମ୍ଭୀର ଗଣନା

0

ଭୁବନେଶ୍ଵର: ଶିମିଳିପାଳ ଅଭୟାରଣ୍ୟରେ ସୋମବାରଠାରୁ କୁମ୍ଭୀର ଗଣନା ଆରମ୍ଭ ହେବ। ଆସନ୍ତା ୬ରୁ ୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ପର୍ଯ୍ୟନ୍ତ କୁମ୍ଭୀର ଗଣନା ପ୍ରକ୍ରିୟା ଜାରି ରହିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଶିମିଳିପାଳ ଅଭୟାରଣ୍ୟ ଏବଂ ପାଦଦେଶରେ ଥୁବା ନଦୀ ଓ ନାଳଗୁଡ଼ିକରେ ଗଣନା ରାଯିବ। ୱେଷ୍ଟ ଦେଓ ନଦୀ, ଇଷ୍ଟ ଦେଓ ନଦୀ, ଖଇରୀ ନଦୀ, ଖଡ଼ଖାଇ ନଦୀ, ଠକଠକି ନଦୀ, ସାଳନ୍ଦୀ, ଖଡ଼ଖାଇ ନାଳ, ବୁଢ଼ାବଳଙ୍ଗ ଆଦି ନଦୀକୂଳ ସମେତ ରାମତୀର୍ଥସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ମିଶାଇ ପ୍ରାୟ ୨୬ଟି ସ୍ଥାନରେ କୁମ୍ଭୀର ଗଣନା କରାଯିବ ବୋଲି ଜଣାଯାଇଛି। ଏହି ଗଣନାରେ ଉତ୍ତର ଶିମିଳିପାଳର ୭ଟି ଓ ଦକ୍ଷିଣ ଶିମିଳିପାଳର ୯ଟି ରେଞ୍ଜରେ ଗଣନା ହେବ। ପ୍ରତି ରେଞ୍ଜରେ କୁମ୍ଭୀର ଗଣନା ପାଇଁ ବନ କର୍ମଚାରୀ ନିୟୋଜିତ କରାଯାଇଛି। ପ୍ରତି ଟିମ୍‌ରେ ରେଞ୍ଜର୍, ଫରେଷ୍ଟର୍‌ ଓ କର୍ମଚାରୀ ରହିବେ। ସମୁଦାୟ ୧୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ଗଣନା କାର୍ଯ୍ୟରେ ନିୟୋଜିତ ରହିବେ। ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଅଧିକ ଗୋ ମୁହାଁ ପ୍ରଜାତିର କୁମ୍ଭୀର ଦେଖାଯାଆନ୍ତି।
ଗଣନା ପାଇଁ ବନ କର୍ମଚାରୀଙ୍କ ଏକ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଶେଷ ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧିକାରୀଙ୍କ ଉପସ୍ଥିତିରେ ଅଭୟାରଣ୍ୟର ବିଭିନ୍ନ ରେଞ୍ଜର ବନ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୧ ମସିହା ଗଣନାରେ ୮୧ଟି, ୨୦୨୨ ରେ ୮୩ଟି, ୨୦୨୩ ମସିହାରେ ୮୬ଟି କୁମ୍ଭୀର ଶିମିଳିପାଳରେ ଥିବା ବେଳେ ୨୦୨୪ ମସିହା ଗଣନାରେ ସଂଖ୍ୟା ୮୨କୁ ହ୍ରାସ ପାଇଥିଲା। ତେବେ ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ଦ୍ଧି ପାଇବା ପା ନେଇ ବନ ବିଭାଗ ଆଶାବାଦ ଦୀ ରହିଛି।

Leave a comment