୧୦ ସୈନ୍ୟଙ୍କୁ ଗୁଳିକରି ହତ୍ୟାକଲେ ଅଜଣା ବନ୍ଧୁକଧାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନାଇଜେରିଆର ବେନ୍ୟୁ ସହରରେ ଅଜଣା ବନ୍ଧୁକଧାରୀ ଶୁକ୍ରବାର ୧୦ ଜଣ ସୈନ୍ୟଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ତେବେ ଏହି ଘଟଣା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ସାଧାରଣତଃ ବେନ୍ୟୁ ସହରରେ ଯାଯାବର ସଂପ୍ରଦାୟ ଓ କୃଷକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥାଏ। ସେନା ଯବାନ ଏହାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିବାବେଳେ ସେମାନେ ଆକ୍ରମଣର ଶିକାର ହୋଇଥାନ୍ତି।

Leave a comment