ହୋଲି ପାଇଁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ୧୫ ମାର୍ଚ୍ଚ ଶନିବାର ଦିନ ରାଜ୍ୟରେ ରଙ୍ଗର ପର୍ବ “ହୋଲି” ଉତ୍ସବ ପାଳନ କରାଯିବ । ଏହି ଉତ୍ସବ ସମୟରେ ନଦୀ, ପୋଖରୀ, ହ୍ରଦ, କୂପ ଏବଂ ଭିଡ଼ ଅଞ୍ଚଳ ପରି ଜଳାଶୟ ନିକଟରେ ଜଳବୁଡି ଘଟଣାଗୁଡ଼ିକୁ ମୁକାବିଲା କରିବା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବାର କର୍ମଚାରୀମାନେ ସତର୍କ ଅଛନ୍ତି । ଏହା ବ୍ୟତୀତ, ରାଜ୍ୟର ୩୪୫ ଅଗ୍ନିଶମ କେନ୍ଦ୍ରରେ ଗୋଟିଏ ଉଦ୍ଧାରକାରି ଦଳ ଜରୁରୀକାଳୀନ ଉପକରଣ ସହିତ ସଜ୍ଜିତ ହୋଇଅଛନ୍ତି । ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳିନ ସେବାର, ମୁଖ୍ୟ ଅଗ୍ନିଶମ ଅଧିକାରୀ (S.A.G), ଶ୍ରୀ ଦେବେନ୍ଦ୍ର କୁମାର ସ୍ବାଇଁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଏକ ମିଡିଆ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା, ଯେଉଁଥିରେ ସେମାନେ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିମ୍ନଲିଖିତ ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଗୁରୁତ୍ବ ଦେଇଥିଲେ ।
1. ପୁରୀ ସମୁଦ୍ର ବେଳାଭୂମି ଆଉଟପୋଷ୍ଟରେ 100 ନୋଳିଆ ଜଳବୁଡି ଘଟଣା ଏଡାଇବା ପାଇଁ ସତର୍କ ଅଛନ୍ତି ଏବଂ ପୁରୀର ଡେପୁଟି ଫାୟାର୍ ଅଫିସରଙ୍କ ମାର୍ଗଦର୍ଶନରେ ସେମାନେ କାର୍ଯ୍ୟରତ ଅଛନ୍ତି ।
2. କଟକରେ ୦୩ ଅତିରିକ୍ତ ଦଳ ଗଠନ କରାଯାଇଛି, ଯାହା ଆଧୁନିକ ଜଳ ଉଦ୍ଧାର ସାମଗ୍ରୀ ସହିତ ସଜ୍ଜିତ ହୋଇ ଗଡଗଡିଆ, ଜୋବ୍ରା ଏବଂ ଦେବୀଘାଟି ଜଳାଶୟ ନିକଟରେ ମୁତୟନ କରାଯାଇଅଛି ।
3. ରାଜଧାନୀ ଭୁବନେଶ୍ବରରେ ୦୫ ଅତିରିକ୍ତ ଉଦ୍ଧାରକାରି ଦଳ ଗଠନ କରାଯାଇଛି, ଯାହା କୁଆଖାଇ, ବଙ୍କୁଆଳ, ପୁରୀ କେନାଲ, ବାଲିଅନ୍ତା ସାଇଫନ, ଦୟା ନଦୀ ଉପକୂଳ ଆଦି ସମ୍ଭାବ୍ୟ ଜଳାଶୟ ନିକଟରେ ମୁତୟନ କରାଯାଇଅଛି।
4. ଫାୟାର୍ ପେଟ୍ରୋଲିଂ ଦଳ ସମ୍ଭାବ୍ୟ ବିପଦ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି ।
5. ପ୍ରତ୍ୟେକ ଜିଲ୍ଲାରେ ୦୫ ଜଣ ଅତିରିକ୍ତ ଦକ୍ଷ କର୍ମଚାରୀ ଏହି ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ରଖାଯାଇଅଛି।
6. ଏକ ରାଜ୍ୟ ନିୟନ୍ତ୍ରଣ କକ୍ଷ, ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟରେ ସମନ୍ୱୟ ନିମନ୍ତେ ଗଠନ କରାଯାଇଅଛି।
7. ଓଡିଶା ଅଗ୍ନିଶମ ଓ ବିପରି ନିସ୍ଥାର ପ୍ରତିଷ୍ଠାନ, ଭୁବନେଶ୍ବରରେ ୨୩୫ ଅଗ୍ନିକ ପ୍ରଶିକ୍ଷଣାର୍ଥୀଙ୍କୁ ଭୁବନେଶ୍ବର ସହରରେ କୌଣସି ଜରୁରୀକାଳୀନ ଘଟଣା ପାଇଁ ପ୍ରସ୍ତୁତ ରଖାଯାଇଅଛି।
8. ଅଗ୍ନିଶମ ଓ ଜରୁରୀକାଳୀନ ସେବା କର୍ମଚାରୀମାନେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ନିମ୍ନଲିଖିତ ସୂଚନା ପ୍ରେରଣ କରିଛନ୍ତି ।
କ. ଜୈବିକ ରଙ୍ଗ ବ୍ୟବହାର କରିବା ।
ଖ. ଜଳାଶୟ ନିକଟରେ ମଦ୍ୟପାନ ନକରିବା ।
ଗ. ଗଭୀର ଜଳାଶୟରେ ସ୍ନାନ ନକରିବା,
ଘ. ଗାଧୁଆଘରେ ସ୍ନାନ କରିବା ।
ଉକ୍ତ ପଦକ୍ଷେପଗୁଡ଼ିକ ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ହୋଲି ଉତ୍ସବକୁ ସୁରକ୍ଷିତ ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶାଳୟ ସାଧାରଣ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ସିଭିଲ୍ ଡିଫେନ୍ସ, ଓଡ଼ିଶା ପକ୍ଷରୁ ନିବେଦନ କରାଯାଇଛି।