ହାର୍ଟ ଆଟାକ୍ ଆସିବାର ମାସକ ପୂର୍ବରୁ ହିଁ ଶରୀରରେ ଦେଖାଦିଏ ଏହି ୫ଟି ଲକ୍ଷଣ, କେବେବି କରନ୍ତୁନି ଅଣଦେଖା

0

ଆପଣ ଅଧିକାଂଶ ଲୋକଙ୍କ ସଂପର୍କରେ ଶୁଣିଥିବେ ଯେଉଁମାନଙ୍କର ମୃତ୍ୟୁ ହାର୍ଟଆଟାକ୍ ଜନିତ କାରଣରୁ ଘଟିଛି । ଏହି ରୋଗ ଏଭଳି ନୁହେଁ ଯେ, କାହାକୁ ବି ହଠାତ୍ ହୋଇଯିବ । ହାର୍ଟ ଆଟାକ ଆସିବାର ଲକ୍ଷଣ ଶରୀରରେ ବହୁତ ପୂର୍ବରୁ ହିଁ ନଜର ଆସିଥାଏ । ଏସଂପର୍କରେ ନଜାଣିବା କାରଣରୁ ଅଧିକାଂଶ ସମୟରେ ଲୋକେ ଏହାକୁ ଅଣଦେଖା କରିଦେଇଥ।।ନ୍ତି । ଯେଉଁ କାରଣରୁ ଆଗାମୀ ଦିନରେ ତାଙ୍କୁ ହାର୍ଟ ଆଟାକର ସାମ୍ନା କରିବାକୁ ପଡିଥାଏ । ଯଦି ସେହିସବୁ ଲକ୍ଷଣଗୁଡିକୁ ଜାଣି ସଠିକ୍ ସମୟରେ ଚିକିତ୍ସା କରାଯାଏ ତେବେ ହାର୍ଟ ଆଟାକରୁ ଆପଣ ବଂଚିଯାଇ ପାରନ୍ତି । ଆପଣଙ୍କର ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ହାର୍ଟ ଆଟାକ୍ ଆସିବାର ପାଖାପାଖି ୧ ମାସ ପୂର୍ବରୁ ହିଁ ଶରୀରରେ କିଛି ଲକ୍ଷଣ ପରିଲକ୍ଷୀତ ହୋଇଥାଏ । ତେବେ ଆସନ୍ତୁ ସେହି ସବୁ ଲକ୍ଷଣ ସଂପର୍କରେ ଜାଣିବା…

ଛାତି ଯନ୍ତ୍ରଣା: ଯଦି ଅଧିକାଂଶ ସମୟରେ ଆପଣଙ୍କ ଛାତିରେ ଯନ୍ତ୍ରଣା ହେଉଛି କିମ୍ବା ଜଳାପୋଡା ହେଉଛି ତେବେ ଆଦୌ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଏହି ଲକ୍ଷଣ ହୃଦୟ ଜନିତ ସମସ୍ୟା ହୋଇପାରେ ।

ବାରମ୍ବାର ହାଲିଆ ଲାଗିବା: ଯଦି ଆପଣଙ୍କୁ ବିନା କୌଣସି କାରଣରୁ ହାଲିଆ ଲାଗୁଛି ଅର୍ଥାତ୍ ଆପଣ ବିନା କୌଣସି କାମ କରି ବି ଥକାପଣ ଅନୁଭବ କରୁଛନ୍ତି କିମ୍ବା ଦୁର୍ବଳତା ଅନୁଭବ କରୁଛନ୍ତି । ତେବେ ଆପଣଙ୍କୁ ଅନେକ ଗମ୍ଭୀର ରୋଗ ହେବାର ସମ୍ଭାବନା ହୋଇପାରେ । ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ସହ ସଂପର୍କ କରନ୍ତୁ ଏବଂ ଏସବୁ ଲକ୍ଷଣ ବିଷୟରେ ଅବଗତ କରାନ୍ତୁ ।

ଶିରାପ୍ରଶିର ନୀଳ ହୋଇଯିବା: ହୃଦୟ ଆମ ସଂପୂର୍ଣ୍ଣ ଶରୀରକୁ ରକ୍ତ ସପ୍ଲାଏ କରିଥାଏ,ଏଭଳି ପରିସ୍ଥିତିରେ ଯଦି ଆପଣଙ୍କୁ ହାର୍ଟ ଆଟାକ୍ ଆସିବାରେ ଥିବ ତେବେ ଏହି ସମୟରେ ବ୍ଲଡ ସପ୍ଲାଏ କରୁଥିବା ଏହି ଶିରା ଗୁଡିକ ଖୁଲି ଯନ୍ତ୍ରଣା ହୋଇଥାଏ । ଯେଉଁ କାରଣରୁ ଶିରା ପ୍ରଶିରା ନୀଳ ହୋଇଯାଇଥାଏ । ଏହାବ୍ୟତୀତ ପଂଝା ଏବଂ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ । ଏଭଳି ପରିସ୍ଥିତିରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।

ମୁଣ୍ଡ ବୁଲାଇବା: ସେହିପରି ହାର୍ଟ ଆମର ପୂରା ଶରୀରକୁ ରକ୍ତ ଯୋଗାଇ ଥାଏ । ଯଦିଏ ଏଭଳି ପରିସ୍ଥିତିରେ ରକ୍ତ ସପ୍ଲାଏରେ ହ୍ରାସତା ଚାଲିଆସେ ତେବେ ମସ୍ତିସ୍କରେ ବି ରକ୍ତର ଅଭାବ ହୋଇଥାଏ , ଯେଉଁ କାରଣରୁ ମୁଣ୍ଡ ବୁଲାଇବା ଆରମ୍ଭ ହୋଇଯାଇଥାଏ ।

ହାଡ଼ , ଗୋଡ଼, ଦାନ୍ତ ବିନ୍ଧା: ହୃଦଘାତ ପୂର୍ବରୁ କେବଳ ଛାତିରେ ନୁହେଁ ହାତ, ଗୋଡ଼, ଦାନ୍ତ ଓ ଶିର ବିନ୍ଧା ହେବାର ଲକ୍ଷଣମାନ ରୋଗୀଠାରେ ପ୍ରକାଶ ପାଏ। ଯଦି ଆପଣଙ୍କ ଶରୀରରେ ଏଭଳି କିଛି ସମସ୍ୟା ପରିଲକ୍ଷିତ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Leave a comment