ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

0

ବାରିପଦା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ବାରିପଦା ସହର ମଞ୍ଚାବନ୍ଧାର ଯୁବକ ଜଣକ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧିରଜ କୁମାର ସିଂ । ଯୁବକ ଜଣକ ଶୋଇଥିବା ଅବସ୍ଥାରେ ହାତୀ ଉଠାଇ କଚାଡି ମାରି ଦେଇଥିବା ଜଣାପଡିଛି । ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ବାରିପଦା ପି ଆର୍ ଏମ୍ ମେଡିକାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଯୁବକ ଜଣଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି।

ଏହାସହ ଗତକାଲି ରାତିରେ ହାତିପଲ ମହୁଲିଆ ଅଞ୍ଚଳରେ ୩ ଜଣଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି । ତେବେ ହାତୀଙ୍କ ପାର୍ଦୁଭାବ ବଢୁଥିବାବେଳେ ବନ ବିଭାଗ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଏପର୍ଯ୍ୟନ୍ତ ନଜିର ନାହିଁ। ପ୍ରତ୍ୟେକ ଦିନ ହାତୀ ଆକ୍ରମଣରେ ଫସଲ, ବାସଗୃହ ନଷ୍ଟ ହେଉଥିବାବେଳେ ପ୍ରତ୍ୟେକ ଦିନ ଲୋକଙ୍କ ଜୀବନ ନେଉଛି ଗଜରାଜ।

Leave a comment