ହାତରେ କେଉଁ ରେଖା ଥିଲେ ମଣିଷ ହୁଏ ଧନୀ ?
ଆଜି ଆମେ ଆଲୋଚନା କରିବା ହସ୍ତ ରେଖା କିଭଳି ଥିଲେ ଧନଯୋଗ ଥାଏ ? ଅଥବା ହସ୍ତରେଖା କିଭଳି ଥିଲେ ବୈଭବ, ଧନ ଏବଂ ଐସ୍ଵର୍ଜ୍ୟ ମିଳିଥାଏ । ଯଦି ହାତର ଜୀବନ ରେଖା ଏବଂ ମସ୍ତକ ରେଖାର ମଝିରେ ଏକ ଷ୍ଟାର ଭଳି ଚିହ୍ନ ରହିଥାଏ ଅଥବା ଏକ ନକ୍ଷେତ୍ର ଭଳି ଚିହ୍ନ ରହିଅଛି ତେବେ ସେହି ବ୍ୟକ୍ତି ଧନୀ ହୋଇଥାଏ । ଯଦି ହାତର ତର୍ଜନୀ ଆଙ୍ଗୁଳି ର ମଝିରେ ନକ୍ଷତ୍ର ଚିହ୍ନ ରହିଥାଏ, ତେବେ ସେହି ବ୍ୟକ୍ତି ଭାଗ୍ୟବାନ ହୋଇଥାଏ । ଯଦି ହାତର ଅନାମିକା ଆଙ୍ଗୁଳି ରେ ପ୍ରଥମ ପବ ରେ ୨ ଟି ରେଖା, ମଝି ପବ ରେ ୩ ଟି ରେଖା ଏବଂ ସେସ ପବ ରେ ୨ ଟି ରେଖା ରହିଥିଲେ ସେହି ବ୍ୟକ୍ତି ଧନୀ ହୋଇଥାଏ । ଏହା ସହିତ ଯଶ ପାଇଥାଏ ଏବଂ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ଜୀବନ ରେଖା ରୁ ଏକ ଛୋଟ ରେଖା ବାହାରି ମାଧ୍ୟମ ଆଙ୍ଗୁଳି ଅଥବା ଅନାମିକା ଆଙ୍ଗୁଳି ଆଡକୁ ଯାଇଥିବ ତେବେ ସେହି ବ୍ୟକ୍ତି ଜୀବନରେ ସଫଳ ହୋଇଥାଏ । ସେହି ବ୍ୟକ୍ତି ଧନବାନ ମଧ୍ୟ ହୋଇଥାଏ । ଯଦି ଜୀବନ ରେଖାରୁ ଛୋଟ ଛୋଟ ରେଖା ବାହାରି ଦୁଇ ପାଖକୁ ଯାଇଅଛି ତେବେ ସେହି ବ୍ୟକ୍ତି ର ବିଭିନ୍ନ ସୂତ୍ର ରୁ ଆୟ ଭଲ ହୋଇଥାଏ ଏବଂ ତାହାର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ଯଦି ଜୀବନ ରେଖାରୁ ଏହିଭଳି ଭାଗ୍ୟରେଖା ବାହାରିଥାଏ ତେବେ ସେହି ବ୍ୟକ୍ତି ସଫଳ ହୋଇଥାଏ । ଏବଂ ଭାଗ୍ୟବାନ ହୋଇଥାଏ । ଯଦି ମସ୍ତକ ରେଖାରୁ ଏହିଭଳି ୩ ଟି ରେଖା ବାହାରି ତର୍ଜନୀ ଆଙ୍ଗୁଳି ଆଡକୁ ଯାଇଥାଏ, ତେବେ ସେହି ବ୍ୟକ୍ତି ସଫଳ ହୋଇଥାଏ । ଧନବାନ ମଧ୍ୟ ହୋଇଥାଏ । ଯଦି ଭାଗ୍ୟ ରେଖାର ଉପରି ଭାଗରେ ଏହିଭଳି ରେଖା ବାହାରି ଥାଏ ତେବେ ସେହି ବ୍ୟକ୍ତି ଧନବାନ ହୋଇଥାଏ । ସେହି ବ୍ୟକ୍ତି ଯଶ ପାଇଥାଏ ।
ହୃଦୟ ରେଖାରୁ ୩ ଟି ରେଖା ବାହାରିଥାଏ ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ । ଯଦି ଜୀବନ ରେଖା ର ଉପରେ ୩ ଟି ରେଖା ତ୍ରିଶୂଳ ଭଳି ହୋଇଥାଏ ତେବେ ସେହି ବ୍ୟକ୍ତି ଜଣେ ପ୍ରସିଦ୍ଧ ପ୍ରତିଭାବାନ ବ୍ୟକ୍ତି ହୋଇଥାଏ । ଯଦି ତର୍ଜନୀ ଆଙ୍ଗୁଳି ଏବଂ ଅନାମିକା ଆଙ୍ଗୁଳି ର ତଳେ ଏହିଭଳି ୩ ଟି ତ୍ରିଭୁଜ ଭଳି ଚିହ୍ନ ରହିଥାଏ, ତେବେ ସେହି ବ୍ୟକ୍ତି ଜଣେ ସଫଳ ବ୍ୟକ୍ତି ହୋଇଥାଏ । ଏବଂ ଧନବାନ ମଧ୍ୟ ହୋଇଥାନ୍ତି । ଯଦି ଭାଗ୍ୟ ରେଖା ଉପରେ ଦ୍ଵିପ ଚିହ୍ନ ଅଥବା ଆଖିପାରି ଚିହ୍ନ ରହିଥାଏ ତେବେ ସେହି ବ୍ୟକ୍ତି ର ଧନ ହାନି ହୋଇଥାଏ ଅଥବା ଆର୍ଥିକ କ୍ଷତି ଘଟିଥାଏ । ଯଦି ଭାଗ୍ୟ ରେଖା ଉପରେ ଚତୁର୍ଭୁଜ ଭଳି ଚିହ୍ନ ରହିଥାଏ ତେବେ ସେହି ବ୍ୟକ୍ତି ଆର୍ଥିକ କ୍ଷତି ରୁ ମୁକ୍ତି ପାଇନଥାଏ । ଅର୍ଥାତ ସେହି ବ୍ୟକ୍ତି ର ଆର୍ଥିକ କ୍ଷତି ହୋଇଥାଏ । ସେହି ବ୍ୟକ୍ତି ଧନବାନ ମଧ୍ୟ ହୋଇଥାଏ । ଯଦି ଜୀବନ ରେଖାରୁ ଛୋଟ ଛୋଟ ରେଖା ବାହାରି ଦୁଇ ପାଖକୁ ଯାଇଅଛି ତେବେ ସେହି ବ୍ୟକ୍ତି ର ବିଭିନ୍ନ ସୂତ୍ର ରୁ ଆୟ ଭଲ ହୋଇଥାଏ ।