ହବିଷ୍ୟାଳୀ ବ୍ରତ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ
ପୁରୀରେ କାର୍ତ୍ତିକ ବ୍ରତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି । ହବିଷ୍ଯାଳୀମାନେ ବ୍ରତ ପାଳନ ସର ରାଇଦାମୋଦର ପୂଜା କରିବେ । ଚଳିତ ବର୍ଷ ୨୫ ଶହ ହବିଷ୍ଯାଳୀଙ୍କ ପାଇଁ ବ୍ଯବସ୍ଥା କରାଯାଇଛି । ହବିଷ୍ଯାଳୀ ମାଆମାନଙ୍କ ପାଇଁ ପୁରୀର ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହିବାର ବ୍ଯବସ୍ଥା କରାଯାଇଛି । ରହଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଶ୍ରୀମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ, ପ୍ରବଚନ ଇତ୍ୟାଦି ବ୍ଯବସ୍ଥା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବିଗତବର୍ଷ ମାନଙ୍କର ଅଭିଜ୍ଞତା ଆଧାରରେ ପରସ୍ପର ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି l ପରିଚୟ ପତ୍ର ପ୍ରଦାନ, ସହାୟକ ସ୍ୱଛାସେବୀ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନି ନିର୍ବାପକ, ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା ତଥା ମହାପ୍ରସାଦ ସେବନ ବ୍ୟବସ୍ଥା ଇତ୍ୟାଦି କରାଯିବା ନେଇ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଛି ।ଯୋଜନାରେ ଆବେଦନ କରିଥିବା ଯୋଗ୍ୟ ହବିଷ୍ୟାଳୀଙ୍କୁ ସେମାନଙ୍କ ମୋବାଇଲ ଓ ମେଲ ମାଧ୍ୟମରେ ସୂଚନା ଦିଆଯିବ । ସେପଟେ କାର୍ତ୍ତିକ ମାସରେ ଅଭଡ଼ା ଦରର ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ସେବାୟତ l