ସ୍ଵାମୀ ଓ ସ୍ତ୍ରୀ ମଧ୍ୟରୁ ଆଗ କାହାର ମୃତ୍ୟୁ ହେବ ? କେମିତି ଜାଣିବେ ?
ସାଧାରଣତ ଜୀବନ ମରଣ ବିଧିର ବିଧାନ ଅଟେ । ତାହାକୁ କେହି ବଦଳାଇ ପାରିବେ ନାହିଁ । ଯମରାଜ ଆମ୍ଭ ନିକଟକୁ ଆମ୍ଭକୁ ନେବାକୁ କେତେବେଳେ ଯେ ଆସି ପହଞ୍ଚିବେ ତାହା ପୂର୍ବରୁ କହିବା ଅଥବା ଅନୁମାନ ଲଗାଇବା ଆମ୍ଭ ପକ୍ଷେ ଉଚିତ ନୁହେଁ । ମାତ୍ର ଏହି ମହାନ ସଂସାରରୁ ଆମ୍ଭର ପାପ ର ଅବସାନ ଘଟିଲେ, ଅଥବା ମୋହ ମାୟା ତ୍ୟାଗ ହେଲେ ଆମ୍ଭେ ଆରପାରି କୁ ଯିବା ସମ୍ବନ୍ଧରେ ଚିନ୍ତା କରିଥାଉ ।ଗୋଟିଏ ଲୋକ କଥା ରହିଅଛି । ତାହା ହେଉଛି,- “ଅକ୍ଷର ଦୁଇଗୁଣ, ଯଶଗୁଣ ମାତ୍ରା ନାମେ ନାମେ କରି ସମତା, ତିନି ଦେଇ ହଋ ଆଣ ତହୁଁ ମରାବଞ୍ଚା ଜାଣ, ଶୂନ୍ୟମରେ ପତି ତୁଇ ରହିଲେ ମରେ ଯୁବତୀ” । ଏହି ଲୋକ କଥାଟିର କିଛି ଆଖିରିକ ଅର୍ଥ ରହିଅଛି । ତାହା ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରୁ କାହାର ମୃ-ତ୍ୟୁ ଆଗ ହେବ ଜାଣିବାକୁ ହେଲେ ଆପଣ ଦୁହି ଜଣଙ୍କ ନାମର ମୋଟ ଅକ୍ଷର ସଂଖ୍ୟା କୁ ୨ ଗୁଣା ରଖନ୍ତୁ ।
ପୁନଶ୍ଚ ଦୁହି ଙ୍କର ନାମାକ୍ଷରରେ ଥିବା ମାତ୍ରା ବା ଫଳା ସଂଖ୍ୟା କୁ ୪ ଗୁଣା କରି ପୂର୍ବାକ୍ତି ଦୁହିଙ୍କର ନାମାକ୍ଷର ସଂଖ୍ୟା ଅନ୍ୟ ସାଙ୍ଗରେ ମିଶାଇ ୩ ଦ୍ଵାରା ହରଣ କରନ୍ତୁ । ଅବଶିଷ୍ଠ ୧ ଅଥବା ଶୁନ ରହିଲେ ଆଗେ ପତି ର ମୃ-ତ୍ୟୁ ହେବ । ନଚେତ ଯଦି ୨ ରହିଥାଏ ତେବେ ଅଗ୍ରେ ପତ୍ନୀ ର ମୃ-ତ୍ୟୁ ହେବ । ଉଦାହରଣ ସ୍ୱରୂପ,- ପତି ର ନାମ “ଭଗବାନ” ଅକ୍ଷର ସଂଖ୍ୟା- ୪ ।
ପତ୍ନୀ ର ନାମ “ଚାନ୍ଦ” ଅକ୍ଷର ସଂଖ୍ୟା – ୨ । ମୋଟ ସଂଖ୍ୟା- ୬ । ଏହାପରେ ୬+୬=୧୨ । ଏହାପରେ ପତି ର ନାମ ରେ କେବଳ ‘ବା’ ଥିବାରୁ ମାତ୍ରା ସଂଖ୍ୟା ୧ । ପତ୍ନୀ ର ନାମ ରେ କେବଳ ‘ଚା’ ଥିବାରୁ ମାତ୍ର ସଂଖ୍ୟା ୧ । ମୋଟ ସଂଖ୍ୟା ୨ । ତେବେ ୨*୪= ୮ । ବର୍ତ୍ତମାନ ଉଭୟ ଅକ୍ଷରର ୨ ଗୁଣ ୧୨+୮=୨୦/୩= ଲବଧ, ୨ ରହିଲା ଅବଶିଷ୍ଟ । ଏଥିରୁ ବୁଝାଗଲା ସର୍ବ ପ୍ରଥମେ ପତ୍ନୀ ଆରପାରି କୁ ଯିବ । ମାତ୍ର ଯଦି ଶୁନ ଅଥବା ୧ ରହିଥାନ୍ତା ତେବେ ସର୍ବ ପ୍ରଥମେ ପତି ର ଜୀବନ ଯାଇଥାନ୍ତା । ଏହା ଗୋଟିଏ ଉଦାହରଣ ଥିଲା ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଞ୍ଚନ୍ତି ତେବେ ଆପଣ ଏହିଭଳି ଉପାୟ କୁ ପ୍ରୟୋଗ କରି ଜାଣି ନିଅନ୍ତୁ ।