ସ୍ବପ୍ନରେ ଈଶ୍ୱରଙ୍କୁ ଦେଖିବାର ଅର୍ଥ କଣ ହୋଇଥାଏ ଜାଣନ୍ତୁ

0

ମଣିଷ ଶୋଇବା ସମୟରେ ତାର ଅବ ଚେତନରେ ବିଭିନ୍ନ ପ୍ରକାର ସ୍ୱପ୍ନ ଦେଖିଥାଏ। ଯାହାକି ପ୍ରତ୍ୟେକ ମଣିଷ ଜୀବନର ଏକ ପ୍ରାକୃତିକ କାର୍ଯ୍ୟକଳାପ ଅଟେ। ବିଶେଷଜ୍ଞଙ୍କ ଅନୁଯାୟୀ, ଆମେ ଚେତନା ସମୟରେ ଯେପରି ଭାବୁ ବା କଥାବାର୍ତ୍ତା କରୁ, ଆମ ମସ୍ତିଷ୍କରେ ଯାହା ଚାଲିଥାଏ, ଆମେ ତାହାକୁ ସ୍ୱପ୍ନରେ ଦେଖୁ। କିଛି ସ୍ୱପ୍ନ ଆମକୁ ବହୁତ ଖୁସି କରିଥିବା ବେଳେ ଆଉ କେତେକ ଆମ ମନକୁ ଅଶାନ୍ତ କରିଥାଏ। ତେବେ ବାସ୍ତୁ ଶାସ୍ତ୍ରରେ କୁହାଯାଏ ଯେ ଆମେ ଦେଖୁଥିବା ସ୍ୱପ୍ନଗୁଡ଼ିକରେ ଭବିଷ୍ୟତ ପାଇଁ କିଛିନା କିଛି ସଙ୍କେତ ଲୁଚି ରହିଥାଏ। ତେବେ ଆମେ ପିଶାଚରୁ ଆରମ୍ଭ କରି ଈଶ୍ୱରଙ୍କ ପର୍ଯ୍ୟନ୍ତ ସ୍ବପ୍ନରେ ଦେଖିଥାଉ। ଯେତେବେଳେ ଜଣେ ବ୍ୟକ୍ତି କହନ୍ତି ଯେ ସେ ଈଶ୍ୱରଙ୍କୁ ସ୍ୱପ୍ନରେ ଦେଖିଛନ୍ତି, ତେବେ କେତେକ ବ୍ୟକ୍ତିଙ୍କୁ ଏହି ଭଳି ସ୍ୱପ୍ନ ଦେଖିବା ଅତ୍ୟନ୍ତ ଆନନ୍ଦଦାୟକ ଅନୁଭବ ଦେଇଥିବା ବେଳେ ଆଉ କେତେକଙ୍କ ମନରେ ଏହି ସ୍ବପ୍ନକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ। ଯଦିଓ ସ୍ୱପ୍ନରେ ଭଗବାନଙ୍କ ଆଗମନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, କିନ୍ତୁ ଏହାର ଆହୁରି ଅନେକ ଅର୍ଥ ଅଛି। ତେବେ ଚାଲନ୍ତୁ ଜାଣିବା ପ୍ରଭୁ ଆପଣଙ୍କୁ ସ୍ୱପ୍ନ ମାଧ୍ୟମରେ କ’ଣ ସୂଚାଇବାକୁ ଚାହୁଁଛନ୍ତି …

ଯଦି ତୁମେ ତୁମ ସ୍ୱପ୍ନରେ ଭଗବାନଙ୍କୁ ଦେଖୁଛ, ତେବେ ଏହାର ଅର୍ଥ ହୋଇପାରେ ଯେ ଭଗବାନ ତୁମକୁ ଭକ୍ତି ପଥରେ ଚାଲିବାକୁ ସଙ୍କେତ ଦେଉଛନ୍ତି। ଅନେକ ସମୟରେ ଜଣେ ବ୍ୟକ୍ତି ଭୌତିକ ଦୁନିଆରେ ହଜିଯାଏ ଏବଂ ଭଗବାନଙ୍କୁ ସ୍ମରଣ କରିବାକୁ ଭୁଲିଯାଏ ଏବଂ ସେହି ବ୍ୟକ୍ତିଙ୍କୁ ପଥ ଭ୍ରଷ୍ଟ ହେବାର ଭୟ ରହିଥାଏ। ଏହିଭଳି ପରିସ୍ଥିତିରେ, ଈଶ୍ୱରଙ୍କୁ ସ୍ୱପ୍ନରେ ଦେଖିବା ବ୍ୟକ୍ତିକୁ ସଠିକ୍ ପଥରେ ଚାଲିବାର ଏକ ସଙ୍କେତ ହୋଇପାରେ, ଯାହା ଦ୍ଵାରା ସେ ଭୁଲ କାର୍ଯ୍ୟରୁ ଦୂରେଇ ରୁହ ଏବଂ ଧର୍ମ, ଭକ୍ତି ମାର୍ଗରେ ଚାଲି ତାର କର୍ତ୍ତବ୍ୟ ପାଳନ କରୁ ବୋଲି ଈଶ୍ୱର ସଙ୍କେତ ଦେଇଥାନ୍ତି ବୋଲି ବିଶ୍ୱାସ କରାଯାଏ।

ଯଦି ଆପଣ ସବୁ ଦିଗରୁ ସମସ୍ୟାରେ ଘେରି ରହିଛନ୍ତି ଏବଂ ଆପଣ ସମାଧାନର କୌଣସି ବାଟ ଖୋଜି ପାଉନାହାଁନ୍ତି। ତେବେ ଏପରି ସମୟରେ, ଯଦି ଆପଣ ଆପଣଙ୍କ ସ୍ୱପ୍ନରେ ଭଗବାନଙ୍କୁ ଦେଖନ୍ତି, ତେବେ ଏହାର ସଙ୍କେତ ହୋଇଥାଏ ଯେ ଆପଣଙ୍କ ସମସ୍ୟା ପାଇଁ ଏକ ଆଶାର କିରଣ ରହିଛି।ଭଗବାନ ଆପଣଙ୍କୁ ସୂଚାଇଥାଆନ୍ତି ଯେ ଧୈର୍ଯ୍ୟର ଆବଶ୍ୟକତା ରହିଛି। ନିରାଶ ହେବା ଉଚିତ ନୁହେଁ, ସମସ୍ୟାର ଶୀଘ୍ର ସମାଧାନ ହୋଇଯିବ। ସେହିଭଳି ଯଦି କିଛି ନିର୍ଦ୍ଧିଷ୍ଟ ଦେବା ଦେବୀଙ୍କୁ ସ୍ବପ୍ନରେ ଦେଖୁଛନ୍ତି, ବା ସେମାନେ କିଛି ମାଗୁଛନ୍ତି ବା ସ୍ଵତନ୍ତ୍ର ଉତ୍ସବ ହେଉଛି ତେବେ ଏହା ଆପଣ କୌଣସି ମାନସିକ କରି ଭୁଲି ଯାଇଥିବାର ସଙ୍କେତ ହୋଇଥାଏ। ଏହିଭଳି ସ୍ବପ୍ନ ବାରମ୍ବାର ଦେଇ ଈଶ୍ୱର ଆପଣଙ୍କୁ ସେହି ମାନସିକ ବା ଜାଚଙ୍ଗା ବିଷୟର ମନ ପକେଇ ଦେଇଥାନ୍ତି।

ଏହାସହ ଶୁଭ ଅଶୁଭ ଫଳ ଈଶ୍ୱରଙ୍କୁ ସ୍ୱପ୍ନରେ କେଉଁ ଅବସ୍ଥାରେ ଦେଖୁଛନ୍ତି ତାହା ଉପରେ ନିର୍ଭର କରେ। ଯଦି ତୁମେ ଭଗବାନଙ୍କୁ ସ୍ୱପ୍ନରେ ଉଗ୍ର ଏବଂ କ୍ରୋଧିତ ଅବସ୍ଥାରେ ଦେଖୁଛ, ଏହା ଅଶୁଭ ବୋଲି ବିବେଚନା କରାଯାଏ। ଏହାର ଅର୍ଥ ଆପଣ ଯଦି କିଛି ଭୁଲ କାମ କରୁଛନ୍ତି ତେବେ ଆପଣଙ୍କୁ ସେଥିରୁ ନିବୃତ୍ତ ରହିବା ଦରକାର। ନଚେତ୍ ଘୋର ସଙ୍କଟରେ ପଡ଼ି ପାରନ୍ତି।

ଯଦି ତୁମେ ତୁମ ଘରେ ଭଗବାନଙ୍କୁ ସ୍ୱପ୍ନରେ ଦେଖୁଛ, ଏହାର ଅର୍ଥ ହେଉଛି ଆପଣଙ୍କ ଏବଂ ପରିବାର ସଦସ୍ୟଙ୍କ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ରହିଛି। ଅନ୍ୟ ପଟେ, ଯଦି ତୁମେ ତୁମର କାର୍ଯ୍ୟସ୍ଥଳ କିମ୍ବା ବିଦ୍ୟାଳୟରେ ଭଗବାନଙ୍କୁ ଦେଖୁଛ, ତେବେ ଏହାର ଅର୍ଥ ହେଉଛି ତୁମର କାର୍ଯ୍ୟ ଏବଂ ଶିକ୍ଷାରେ ତୁମକୁ କଠିନ ପରିଶ୍ରମ କରିବାକୁ ପଡିବ। ତେବେ ଅଧିକାଂଶ କ୍ଷେତ୍ରରେ ଈଶ୍ୱରଙ୍କୁ ସ୍ବପ୍ନରେ ଦେଖିବା ଶୁଭ ହୋଇଥାଏ।

Leave a comment