ସେଫ ସିଟି ଡ୍ରାଇଭ: ବ୍ଲକିଂ ଓ ଚେକିଂ ଜୋରଦାର, ଆଗକୁ କଡାକଡି

0

ଭୁବନେଶ୍ୱର : ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ପୁଲିସ କମିଶନର ତଥା ଭୁବନେଶ୍ୱର ଡିସିପିଙ୍କ ନିର୍ଦେ୍‌ଦଶ କ୍ରମେ “ସେଫ ସିଟି ଡ୍ରାଇଭ” ଅଭିଯାନ କ୍ରମରେ ଭୁବନେଶ୍ୱର ସହରାଂଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଂଚଳରେ ନାଇଟ ବ୍ଲକିଙ୍ଗ ତଥା ଚେକିଙ୍ଗ ଅଭିଯାନ କଡାକଡି ଭାବେ ଚାଲୁଅଛି । ଏହି ଧରପଗଡ ଅଭିଯାନରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନକୁ ଯାଂଚ କରାଯିବା ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କଳାପ ବିରୋଧରେ ମଧ୍ୟ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଗାଡି ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଅଛି ।

ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଭୁବନେଶ୍ୱର ସହରାଂଚଳରେ ଥିବା କ୍ୟାପିଟାଲ ଥାନା, ଧଉଳି ଥାନା, ଲିଙ୍ଗରାଜ ଥାନା, ଭରତପୁର ଥାନା, ବଡଗଡ ଥାନା, ମୈତ୍ରୀ ବିହାର ଥାନା, ଓ ନନ୍ଦନକାନନ ଥାନାର ବିଭିନ୍ନ ସ୍ଥାନ ମାନଙ୍କରେ ସଂପୃକ୍ତ ଥାନା ଆଇଆଇସି ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାଇଟ ବ୍ଲକିଙ୍ଗ କରାଯାଇଥିବା ବେଳେ, ଏହି ଅଭିଯାନରେ ପୁଲିସ ଅଧିକାରୀ ଏବଂ ଥାନା କର୍ମଚାରୀଙ୍କ ସମତେ ୧ ସେକ୍ସନ ଲେଖାଏଁ ପୁଲିସ ଫୋର୍ସ ମଧ୍ୟ ସାମିଲ ହୋଇଥିଲେ ।

ଗତକାଲି ରାତିରେ କରାଯାଇଥିବା ଧରପଗଡ ଅଭିଯାନରେ ଆଇନ ଉଲଙ୍ଘନକାରୀ ତଥା ମଦ୍ୟପ ଗାଡିଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଂପୃକ୍ତ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ, କେତେକ କ୍ଷେତ୍ରରେ ପିଆର ଦିଆଯାଇଥିଲା ଏବଂ ଅନ୍ୟ କେତେକ ସ୍ଥଳେ ଆଇନ ଉଲଂଘନକାରୀଙ୍କ ନିକଟରୁ ଓଡିଶା ମୋଟର ଯାନ ଆଇନ ଏବଂ ଓଡିଶା ସହରାଂଚଳ ପୁଲିସ ଆଇନ ଅନୁଯାଇ ଜୋରିମନା ମଧ୍ୟ ଆଦାୟ କରଯାଇଥିଲା । ଏହି କ୍ରମରେ ଦୁଇ ଜଣ ଆଇନ ଉଲଂଘନକାରୀଙ୍କ ନାମରେ ସଂପୃକ୍ତ ଥାନା ମାନଙ୍କରେ ମାମଲା ରୁଜୁ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପିଆର ଦିଆଯାଇଥିଲା । ଓଡିଶା ମୋଟରଯାନ ଆଇନରେ ଫାଇନ୍ କରାଯାଇଥିଲା ।

ସେହିପରି ଟ୍ରାଫିକ ୧ ଓ ଟ୍ରାଫିକ -୨ ଥାନା ତରଫରୁ ଭୁବନେଶ୍ୱରରେ ଯାନବାହନ ଶୃଙ୍ଖଳା ଓ ଆଇନ ଅନୁଶାସନକୁ ସୁନିଶ୍ଚିତ କରିବା ପାଇଁ ଏକ ବିଶେଷ ଅଭିଯାନ ଚାଲୁଅଛି । ଏହି ଅଭିଯାନ ଅନ୍ତଗର୍ତ ଯାନବାହନ ଶୃଙ୍ଖଳା ଉଲ୍ଲଂଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି । ମୋଟ ୨୮୯ ଟି ଇ-ଚାଲାନ, ଯାହା ଫଳରେ ୩,୦୭,୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି, ୨୨ଟି ଡ୍ରାଇଭିଂ ଲାଇସେନ୍ସ ସସ୍ପେନ୍ଡ କରାଯାଇଛି ।

ଭୁବନେଶ୍ୱର ସହରାଂଚଳକୁ ଅପରାଧ ମୁକ୍ତ କରିବା ପାଇଁ ତଥା ସହରକୁ ସୁରକ୍ଷିତ ରଖିବା ପାଇଁ “ସେଫ ସିଟି ଡ୍ରାଇଭ” ଅଧୀନରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲୁଥିବା ଖଟି, ସର୍ବସାଧାରଣରେ ନିଶାଦ୍ରବ୍ୟ କରୁଥିବା ଅସାମାଜିକ ବ୍ୟକ୍ତିବିଶେଷ ମାନଙ୍କୁ ନିୟମିତ ଭାବରେ ତଦାରଖ କରାଯାଉଅଛି । କମିଶନରେଟ ପୁଲିସ ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ଭୁବନେଶ୍ୱରବାସୀଙ୍କ ସୁରକ୍ଷା ଦିଗରେ ମଧ୍ୟ ଯଥେଷ୍ଟ ଯତ୍ନବାନ ଅଛି ।

ଭୁବନେଶ୍ୱର ସହରାଂଚଳ ପୁଲିସ ତରଫରୁ “ସେଫ ସିଟି ଡ୍ରାଇଭ” ମାଧ୍ୟମରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ତଥା ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଅଭିଯାନ ଆଗକୁ ମଧ୍ୟ ଜାରିରହିବ ।

Leave a comment