ସେନା ଅଧିକାରୀ ଗୁରୁବଂଶ ସିଂଙ୍କୁ ର୍ଦୁବ୍ୟବହାର; ଇନ୍ସପେକ୍ଟର ସମେତ ୫ ନିଲମ୍ବିତ

0

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ର୍ଦୁବ୍ୟବହାର ଓ ନିର୍ଯାତନା ମାମଲାରେ ପୋଲିସ ଡିଜି ଇନ୍ସପେକ୍ଟର ସମେତ ୫ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଗତକାଲି ଏମାନଙ୍କୁ ତୁରନ୍ତ ବଦଳି କରାଯାଇଥିଲା । ତେବେ ବ୍ୟବହାରରେ ଖିଲାପ କଲେ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି ବୋଲି ଡିଜିପି ସମସ୍ତ ପୋଲିସ କର୍ମଚାରୀଙ୍କୁ ସୂଚାଇ ଦେଇଛନ୍ତି ।

ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଭରତପୁର ଥାନାର ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ ଓ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା ରହିଛନ୍ତିି । ଏହି ୫ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି ।

ଗତକାଲି ଭରତପୁର ଥାନାର ଅଧିକାରୀ, ଜଣେ ଏଏସଆଇ ଓ ଜଣେ କନଷ୍ଟେବଲଙ୍କୁ କମିଶନରେଟ ପୋଲିସ ବଦଳି କରିଥିଲା । ଆଜି ପୋଲିସ ଘଟଣା ଦିନ ଥାନାରେ ଥିବା ସମସ୍ତ ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତିି । ଏହି ଘଟଣା ପରେ ଥାନା-ଫାଣ୍ଡିରେ ଅଭିଯୋଗକାରୀଙ୍କୁ କିପରୀ ଦୁର୍ବ୍ୟବହାର କରାଯାଉଛି, ତାହା ସ୍ପଷ୍ଟ ହୋଇଯାଇଛି ।

ଅଭିଯୋଗ ଅନୁସାରେ, ଗତ ଶନିବାର ବିଳମ୍ବିତ ରାତିରେ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିବା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ଥାନାରେ ନିର୍ଯାତନା ହେଇଥିଲା । ଏପରିକି ମେଜର ଗୁରୁବଂଶ ସିଂଙ୍କୁ ଲକ୍‌ଅପରେ ରାତିତମାମ ରଖାଯାଇଥିଲା । ଏହାସହ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରି ଲହୁଲୁହାଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଭରତପୁର ଥାନାର ତତ୍କାଳୀନ ଆଇଆଇସି ମେଜରଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ କରୁଛି । ଗତକାଲି କ୍ରାଇମବ୍ରାଂଚ ତଦନ୍ତ ପାଇଁ ପୁଲିସ ଡିଜି ନିର୍ଦେ୍‌ଦଶ ଦେଇଥିଲେ । ଭରତପୁର ଥାନା ଏକ ମଡେଲ ଥାନା ହୋଇଥିଲେ ବି ସେଠାରେ ସିସିଟିଭି କ୍ୟାମେରା ନାହିଁ । ଯାହାକୁ ନେଇ ସାଧାରଣରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଖାଲି ଭରତପୁର ଥାନା ନୁହେଁ ବରଂ କମିଶନରେଟର ପ୍ରାୟ ସମସ୍ତ ଥାନାରେ ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି । ଅନଭିଜ୍ଞ ଓ ଅପରିପକ୍ୱ ପୋଲିସ କର୍ମଚାରୀଙ୍କ ଯୋଗୁଁ ଏଭଳି ଦୁର୍ବ୍ୟବହାର ହେଉଥିବା କୁହାଯାଉଛି ।

Leave a comment