ସୂର୍ଯ୍ୟ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ରବିାର କରନ୍ତୁ ଏହି ଜପ, ଜାଣନ୍ତୁ ପୂଜାବିଧି

0

ପୃଥିବୀପୃଷ୍ଠରୁ ସିଧାସଳଖ ଦେଖାଯାଉଥିବା ପ୍ରତ୍ୟେକ୍ଷ ଦେବତା ହେଉଛନ୍ତି ସୂର୍ଯ୍ୟ ଦେବତା। ସେ ସମସ୍ତ ପ୍ରାଣୀ,ଗଛଲତାଙ୍କ ଜୀବନର ଆଧାର। ସୂର୍ଯ୍ୟ ଦେବତାଙ୍କୁ ସମସ୍ତ ଗ୍ରହର ରାଜା ବୋଲି ମଧ୍ୟ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ରାଶିର ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଖରାପ ଥିବ ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଆସିପାରେ। ତେଣୁ ସମସ୍ୟାର ସମାଧାନ ପାଇଁ ସୂର୍ଯ୍ୟଙ୍କୁ କିଛି ନିରାକରଣ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କଠୁ ହେବାକୁ ଥିବା ଅସୁବିଧା ଏବଂ ଏହାର ନିରାକରଣ।କୌଣସି ବ୍ୟକ୍ତିଙ୍କ ସୂର୍ଯ୍ୟ ଦୁର୍ବଳ ହେଲେ ତାଙ୍କୁ ରାଜକୋପର ସମ୍ମୁଖୀନ ହେବାକୁ ପଡ଼ିପାରେ। ତାଙ୍କୁ ବିଭିନ୍ନ ଶାରିରୀକ ପୀଡ଼ା ହୋଇପାରେ ଯେପରିକି- ପିତ୍ତ,ଜ୍ବର,ବାତ,ପେଟ ଯନ୍ତ୍ରଣା,ଚକ୍ଷୁ ରୋଗ ଏବଂ ଚର୍ମରୋଗ ଆଦି।

ଆପଣାନ୍ତୁ ଏହି ଉପାୟ : ସୂର୍ଯ୍ୟ ଦେବତାଙ୍କ କୃପା ପାଇବା ପାଇଁ ମନ୍ତ୍ରକୁ ୭୦୦୦ଥର ଜପ କରିବା ଉଚିତ୍। ଏହି ମନ୍ତ୍ରଗୁଡ଼ିକୁ ଯେକୌଣସି ରବିବାରଠୁ ଜପ ଆରମ୍ଭ କରିପାରିବେ। ନିର୍ଦ୍ଧାରିତ ଥର ଜପ ସରିବା ପରେ ୧୦୮ଥର ଯଜ୍ଞ କରନ୍ତୁ।
ସୂର୍ଯ୍ୟ ମନ୍ତ୍ର କଣ ଜାଣନ୍ତୁ : ଓଁ ଆ କୃଷ୍ଣେନ ରଜସା ବର୍ତ୍ତମାନମୋ ନବିଶେୟନ୍ନମୃତମୃତ୍ୟଂ ଚ।

ହିରଣ୍ୟେନ ସବିତା ରଥେନା ଦେବୋ ୟାତି ଭୁବନାନି ପଶ୍ୟନ୍।।

ଜପ କରନ୍ତୁ ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର : ଓଁ ଭାସ୍କରାୟ ବିଦ୍ରହେ ଦିବାକରାୟ ଧିମହି ତନ୍ନୋ ସୂର୍ଯ୍ୟ ପ୍ରଚୋଦୟାତ୍।।

ଏହି ମନ୍ତ୍ରକୁ ଜପ କରିବା ପରେ ବିଧି ଅନୁସାରେ ଆମ୍ବ, ପଳାଶ ଗଛର ଶୁଖିଲା କାଠରେ ଗାଈ ଘିଅରେ ୧୦୮ ଆହୁତି ମନ୍ତ୍ର ଯଜ୍ଞ କରନ୍ତୁ। ରବିବାର ସକାଳେ ହିଁ ଯଜ୍ଞ କରନ୍ତୁ। ଏହା ଦ୍ବାରା ସୂର୍ଯ୍ୟଙ୍କଠାରୁ ମିଳୁଥିବା କଷ୍ଟରୁ କିଛି ଦିନ ପାଇଁ ମୁକ୍ତି ମିଳିବ। ଯେତେବେଳେ ସୂର୍ଯ୍ୟ ମନ୍ତ୍ର ଜପ କରିବେ ସେତେବେଳେ ତମ୍ବାରେ ପ୍ରସ୍ତୁତ ସୂର୍ଯ୍ୟ ଯନ୍ତ୍ରକୁ ନିଜ ପୂଜା ସ୍ଥଳରେ ରଖିବେ। ସୂର୍ଯ୍ୟ ମନ୍ତ୍ର ଦ୍ବାରା ଉକ୍ତ ସୂର୍ଯ୍ୟ ଯନ୍ତ୍ର ସିଦ୍ଧ ହୋଇଯିବ। ଏହା ପରେ ସୂର୍ଯ୍ୟ ଯନ୍ତ୍ରକୁ ସବୁବେଳେ ନିଜ ପାଖରେ ରଖିଲେ ସୂର୍ଯ୍ୟଙ୍କ କୃପା ଆପଣଙ୍କ ପାଖରେ ସବୁବେଳେ ରହିବ।

Leave a comment