ସୁସ୍ଥ ଶରୀରର ମନ୍ତ୍ର : ନିୟମିତ ଖାଲି ପେଟରେ ପିଅନ୍ତୁ ଧନିଆପତ୍ର, ଧନିଆ ପାଣି

0

ଭାରତ ହେଉ ଅଥବା ଅନ୍ୟ ଦେଶରେ ଧନିଆପତ୍ରର ବ୍ୟବହାର ଏକ ସାଧାରଣ କଥା। ଏହାକୁ ଚଟଣୀ ଭାବେ ହେଉ ଅଥବା ସିଧାସଳଖ ଖାଇବାରେ ବହୁ ପରିମାଣରେ ମଧ୍ୟ ବ୍ୟବହାର କରାଯାଇଥାଏ। ବ୍ୟଞ୍ଜନରେ ଏହାକୁ ବ୍ୟବହାର କଲେ ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । ଏହି ଧନିଆର ଭରପୁର ମାତ୍ରାରେ ଔଷଧୀୟ ଗୁଣ ରହିଛି। ଏହା ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ସେହିପରି ଏହା ଥାଇରଏଡ ଓ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।
୧- ଧନିଆ ପାଣି ପାଚନ ସହ ଜଡିତ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ପେଟରେ ଏସିଡିଟି ସ୍ତର ବୃଦ୍ଧି ପାଇବାକୁ ଦେଇନଥାଏ। ଯାଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାସ, ଆଦି ପାଚନ ସହ ଜଡ଼ିତ ଅନେକ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ।
୨- ଧନିଆପତ୍ରର ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ। ଏହା ଶରୀରରେ ଜମାଟ ବାନ୍ଧୁଥିବା ଫାଟ୍‍ କୁ ନଷ୍ଟ କରି ଦେଇଥାଏ।
୩- ଧନିଆରେ ବହୁ ପ୍ରକାର ଖଣିଜ, ଭିଟାମିନ ଭରପୁର ମାତ୍ରାରେ ରହିଛି। ଯାହା ଥାଇରଏଡ଼ ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
୪- ଧନିଆପତ୍ରର ପାଣି ରକ୍ତରରେ ଶର୍କରାରକୁ ନିୟନ୍ତ୍ରଣ କରିଥାଏ। ତେଣୁ ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଉପକାରୀ।
୫- ଧନିଆପତ୍ରର ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ଯକୃତକୁ ମଧ୍ୟ ସଫା ରଖିବାରେ ସହାୟକ ହୋଇଥାଏ।
– ଏକ ଚାମଚ ଧନିଆକୁ ଏକ କପ ପାଣିରେ ପକାନ୍ତୁ। ରାତିସାରା ଏହାକୁ ବତୁରାଇ ଦିଅନ୍ତୁ। ପରଦିନ ସକାଳେ ପାଣିରୁ ଧନିଆକୁ କାଢି ଏହାକୁ ଛାଣି ଦିଅନ୍ତୁ। ସେହି ପାଣିକୁ ସକାଳେ ଖାଲି ପେଟରେ ପିଅନ୍ତୁ।
– ସେହିପରି ଆପଣ ଧନିଆପତ୍ରର ପାଣି ମଧ୍ୟ ପିଇପାରିବେ। ଏଥିପାଇଁ ଅଳ୍ପ କିଛି ଧନିଆପତ୍ରକୁ ଏକ ଗ୍ଲାସ ପାଣିରେ ପକାଇ ରାତିସାରା ବତୁରାଇ ଦିଅନ୍ତୁ। ସକାଳେ ପାଣିରୁ ଧନିଆପତ୍ର କାଢି ଏକ ବୁନ୍ଦା ଲେମ୍ବୁ ରସ ମିଶାଇ ପିଅନ୍ତୁ।

 

Leave a comment