ସାପଙ୍କୁ ରଖନ୍ତୁ ନିଜ ଘରରୁ ଦୁରରେ, ଏହି ଗୋଟିଏ ଜିନିଷ ଛିଞ୍ଚନ୍ତୁ, ଘରକୁ ଜୀବନରେ କେବେବି ପସିବେ ନାହିଁ ସାପ – ରହିବେ ଗୋଟେ କିଲୋମିଟର ଦୂରରେ..

ଅଧିକାଂଶ ଲୋକ ଭୁତ ଓ ସାପକୁ ଡରିଥାନ୍ତି , ଭୁତ ଅଛନ୍ତି କି ନାହିଁ ଏହି କଥାର ଉତ୍ତର ଆଜି ବି ବିଜ୍ଞାନ ବି ଜାଣିପାରିନାହିଁ , କିନ୍ତୁ କଥା ଯଦି ସାପଙ୍କର କହିବା ତେବେ ୯୯ ପ୍ରତିଶତ ଲୋକ ସାପ କାମୁଡିବା ଦ୍ୱାରା ନୁହେଁ ହାର୍ଟ ଆଟାକ୍ ପାଇଁ ମୃତ୍ୟୁ ବରଣ କରିଥାନ୍ତି , ସାପର ବହୁତ ପ୍ରଜାତି ହୋଇଥାନ୍ତି , ଏହାର ଭୟ ଛୁଆଙ୍କ ଠାରୁ ନେଇକରି ବଡ ବୟସ୍କ ଙ୍କମଧ୍ୟରେ ଦେଖିବାକୁ ମିଳିଥାଏ , ସବୁ ସାପ ଘାତକ ହୋଇନଥାନ୍ତି , କିନ୍ତୁ ଏହାର ପରେ ବି ଲୋକଙ୍କ ଡରରେ ଏହା ମୃତ୍ୟୁର କାରଣ ହୋଇଯାଏ , ଏକ ରିସର୍ଚ୍ଚ ଅନୁସାରେ ଆମ ଭାରତରେ କେବଳ ୧୦ ଟି ଏପରି ସାପ ଅଛନ୍ତି ଯାହା ମଣିଷକୁ କାମୁଡିଦେଲେ ତେବେ ଘଟଣାସ୍ଥଳରେ ବ୍ୟକ୍ତି ମୃତ୍ୟୁ ବରଣ କରିଥାଏ ।
ଏହି ଦଶଟି ପ୍ରଜାତିର ମଧ୍ୟରେ କଳା ନାଗ, ନାଗ ସାପ, ପରି ଖତରନାକ ସାପ ପ୍ରଜାତି ସାମିଲ୍ ଅଛି , ଯାହାକି ଅଧିକାଂଶ ଜଙ୍ଗଲରେ ମିଳିଥାନ୍ତି , ବାକି ଅନ୍ୟ ସାପଙ୍କ କାମୁଡିବା ଦ୍ୱାରା ରୋଗୀକୁ ତୁରନ୍ତ ସଠିକ୍ ଚିକିତ୍ସା କରାଇଲେ ସେ ସହଜରେ ବଞ୍ଚିପାରିବ , ସାପ ବର୍ଷା ଦିନରେ ସବୁଠାରୁ ଅଧିକା ଦେଖାଦିଅନ୍ତି , ମହାଶିବରାତ୍ରୀ ପରେ ସାପ ବିଲ ମଧ୍ୟକୁ ପୁଣି ଫେରିଯାଆନ୍ତି , ବର୍ଷାର ଦିନରେ ଘରେ ସାପ ବାହାରିବାର ମୁଖ୍ୟ କାରଣ ବିଲରେ ପାଣି ଆସିବା ଯୋଗୁଁ ହୋଇଥାଏ , ଯେବେ ସାପର ବିଲରେ ପାଣି ଭରିଯାଏ ତେବେ ସେମାନେ ବାହାରକୁ ଆସି ମାଟିରେ ଆସନ୍ତି , ଯାହାକୁ ନେଇ ସାପ ମଣିଷ ପାଇଁ ବିପଦ ପୂର୍ଣ୍ଣ ହୋଇଯାଆନ୍ତି , ସାପ କାମୁଡିଲେ ଯଦି ସଠିକ୍ ସମୟରେ ଉପଚାର କରାନଗଲେ ସେ ଜୀବନର ବାଜି ହାରିଯାଇଥାଏ । ସାପକୁ ପରଭକ୍ଷୀ ବୋଲି ଜଣାଯାଏ ଏଥିପାଇଁ ସବୁ ସମୟରେ ଭୋଜନର ସନ୍ଧାନରେ ଏପଟ ସେପଟ ବୁଲିଥାନ୍ତି , ନିଜ ଭୋଜନ ଖୋଜାରେ ସେମାନେ ଯାହାର ପାଇଲେ ତା ଘରେ ପଶିଯାଆନ୍ତି , ବର୍ଷା ଦିଅନ୍ରେ ବହୁତ ସାରା ପୋକ ଜୋକ ଘରୁ ବାହାରକୁ ଚାଲି ଆସନ୍ତି , ଓ ମଣିଷଙ୍କ ଘରେ ଜଳୁଥିବା ଲାଇଟ୍ କୁ ଦେଖି ସେମାନେ ଆକର୍ଷିତ ହୋଇଥାନ୍ତି , ସାପଙ୍କୁ ଝିଟିପିଟି ଓ ପୋକ ଜୋକ ଖାଇବା ବହୁତ ପସନ୍ଦ ଲାଗିଥାଏ , ଏମିତି ବହୁତଥର ହୋଇଥାଏ କି ଝିଟିପିଟିକୁ ପିଛା କରି ସେମାନେ ଘରେ ପଶିଯାଆନ୍ତି ।
ପ୍ରାୟ ସବୁ ପରିବାରରେ ବର୍ଷା ଦିନରେ ନିଜ ଛୁଆଙ୍କ ସୁରକ୍ଷାପାଇଁ ଘରେ କିଛି ନା କିଛି ଉପଚାର କରିଥାନ୍ତି , ଏମିତିରେ ଯଦି ଆପଣଙ୍କ ଘରେ ସାପଠୁ ଦୁରତା ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏକ ଛିଞ୍ଚନ ବିଷୟରେ କହିବୁ ଯାହା ଆପଣଙ୍କ ପାଇଁ ରାମବାଣ କାର୍ଯ୍ୟ କରିବ , ଏହି ସିରିକା କିଛି ଆଉ ନୁହେଁ ବରଂ କାର୍ବୋନିକ୍ ଏସିଡ୍ ଓ ଫିନାଇଲ୍ ଅଟେ , ସାପ ଏହି ଦୁହେଁ ଏସିଡ୍ କୁ ବହୁତ ଡରନ୍ତି , ଓ ଏହି ଏସିଡ୍ ରୁ ସେମାନେ ଦୁରକୁ ପଳାନ୍ତି , ଏହା ଛଡା ସାପକୁ ନିଜ ଘରରୁ ଦୂରେଇ ବା ପାଇଁ ଆମୋନିଆରେ ବତୁରାଇଥିବା କପଡାର ଖଣ୍ତ ଦେଇପାରିବେ ।
ଏହି କପଡାର ଖଣ୍ତକୁ ଆପଣ ଏମିତି ସ୍ଥାନରେ ରଖିଦିଅନ୍ତୁ ଯେଉଁଠି ଆଗରୁ ସାପକୁ ଦେଖିଥିବେ , ଏହି ପ୍ରକିୟା ଦ୍ୱାରା ନା କେବଳ ସାପ ବରଂ ବିଭିନ୍ନ ପଶୁ ଆପଣଙ୍କ ଘର ପାଖାପାଖି ଆସିବେ ନାହିଁ , ଏହା ଛଡା ମାଟିର ତେଲ ବି ସାପକୁ ଦୁରେଇବାରେ ସାହାଯ୍ୟ କରେ , କିରୋସିନ୍ କୁ କପଡାରେ ଲଗାଈ ଘରର କେଉଁ କୋଣରେ ରଖିଦେବେ , କିମ୍ବା ଘରର ଅଗଣାରେ ଛିଞ୍ଚନ କରିପାରିବେ , କିରୋସିନ୍ ର ଦୁର୍ଗନ୍ଧରେ ସେମାନେ ଘର ଭିତରକୁ ପ୍ରବେଶ କରନ୍ତି ନାହିଁ , ଓ ଘରରୁ ଦୂର ବିଲରେ ଯାଇ ପୁଣି ପଶିଯାଆନ୍ତି ।