ସାଇବର ଠକ ଗିରଫ

0

ୟସ ୨୩ ବର୍ଷ। ହେଲେ ୭ଶହ ଯୁବତୀଙ୍କ ସହ ଡେଟିଂ ଆପରେ କରିଥିଲା ବନ୍ଧୁତା। ବନ୍ଧୁତା ପରେ ପ୍ରାଇଭେଟ ଫଟୋ ମାଗୁଥିଲା। ପରେ କରୁଥିଲା ବ୍ଲାକମେଲିଂ। ବିଦେଶୀ ମଡେଲ ସାଜି ଫସାଉଥିଲା ଦିଲ୍ଲୀର ଜଣେ ଯୁବକ।ଏଭଳି ଘଟଣାରେ ଦିଲ୍ଲୀ ପୋଲିସ ଜଣେ ସାଇବର ଠକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ତୁଷାର ସିଂ ବିସ୍ତ। ସେ ଡେଟିଂ ଆପ୍ ଓ ଭର୍ଚୁଆଲ ମୋବାଇଲ ନମ୍ବର ସାହାଯ୍ୟରେ ଯୁବତୀମାନଙ୍କୁ ଜାଲରେ ଫସାଉଥିଲା।

ନିଜକୁ ବିଦେଶୀ ଫ୍ରିଲାନ୍ସ ମଡେଲ ଦର୍ଶାଇ ଫେକ ଆଇଡି ଖୋଲିଥିଲା।ଏହି ଆଇଡିରେ ବ୍ରାଜିଲ ମଡେଲ ମାନଙ୍କର ଫଟୋକୁ ବ୍ୟବହାର କରୁଥିଲା। ଯୁବତୀମାନଙ୍କ ସହ ବନ୍ଧୁତା କରି ସେମାନଙ୍କ ପ୍ରାଇଭେଟ ଫଟୋ ଉଠାଇ ବ୍ଲାକମେଲ କରୁଥିଲା। ବବଲ, ସ୍ନାପ ଚାଟ ଭଳି ଅନ୍ୟ ଆପରେ ନିଜର ଫେକ୍ ପ୍ରୋଫାଇଲ ବନାଇଥିଲା। ନିଜକୁ ଆମେରିକାର ଫ୍ରିଲାନ୍ସ ମଡେଲ କହୁଥିଲା ଏହି ଠକ ।

ଟାର୍ଗେଟରେ ଥିଲେ ୧୮ରୁ ୩୦ ବର୍ଷର ଯୁବତୀ ଓ ମହିଳା। ବ୍ରାଜିଲ ମଡେଲଙ୍କ ଫଟୋ ଲଗାଇ ଚାଟ୍ କରୁଥିଲା। ଯେଉଁ ମହିଳା ସହ କଥା ହେଉଥିଲା କହୁଥିଲା ଏକ ପ୍ରୋଜେକ୍ଟ କାମରେ ଭାରତକୁ ଆସିଛି। ବନ୍ଧୁତା ପରେ କଥାରେ ଫସାଇ ସେମାନଙ୍କ ପ୍ରାଇଭେଟ ଫଟୋ ମାଗୁଥିଲା। ପରେ ଫଟୋ ଭାଇରାଲ କରିବା ଧମକ ଦେଇ ସେମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା ଏହି ଧ୍ରୁତ ଠକ।

Leave a comment