ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିଅନ୍କୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

ବିଶ୍ବ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏଥି ପାଇଁ ପଦକ୍ଷେପ ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିଅନ୍ ମୁତୟନ ହେବେ। ଏଥି ପାଇଁ ସ୍ବତନ୍ତ୍ର ବାଟାଲିଅନ୍ ଗଠନ ହେବ। ସମସ୍ତଙ୍କ ସହ ଆଲୋଚନା ପରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଦେଇଥିବା ମତାମତକୁ ଭିତ୍ତି କରି ଏକ ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।
ଏହି ସୁରକ୍ଷା ବ୍ୟବସ୍ଥାରେ ୧୧୯୦ ଜଣ ସୁରକ୍ଷାକର୍ମୀ ମୁତୟନ ହେବେ ଯେଉଁମାନେ କି ଭକ୍ତଙ୍କୁ ସୁରକ୍ଷିିତ ଭାବେ ଦର୍ଶନ କରାଇବାରେ ସହାୟକ ହେବେ। ଏଥି ସହିତ ସ୍ବତନ୍ତ୍ର ବାଟାଲିୟନରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ଭିଡ଼ ନିୟନ୍ତ୍ରଣ କରିବେ। ସ୍ବତନ୍ତ୍ର ବାଟାଲିୟନ ପୁରୀ ଏସ୍ପିଙ୍କ ଅଧୀନରେ କାମ କରିବ।