ଶ୍ରାବଣ ମାସରେ ବ୍ରତ କରୁଥିଲେ ପିଅନ୍ତୁ ଏହି ୫ଟି ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କସ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୫ ଜୁଲାଇଠୁ ଶ୍ରାବଣ ମାସ ଆରମ୍ଭ ହୋଇଛି। ଶ୍ରାବଣ ମାସର ସୋମବାର ବ୍ରତ ରଖିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେଣୁ ଏହି ବ୍ରତ ଧାରଣ କରିବା ସମୟରେ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।କରୋନା ମହାମାରୀ ସାଙ୍ଗକୁ ଶ୍ରାବଣର ଏହି ବ୍ରତ ରଖିବା ସବୁଠୁ କଷ୍ଟ। କାରଣ ଏହି ସମୟରେ ଖାଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ତେବେ ଆଜି ଆମେ ଆପଣଙ୍କୁ ଏହି ବ୍ରତରେ ଉତ୍ତମ ଖାଦ୍ୟ ସେବନର ଟିପ୍ସ ସମ୍ପର୍କରେ କହିବୁ। ଯାହାଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଆପଣଙ୍କ ବ୍ରତକୁ ମଧ୍ୟ ପୁରା କରିପାରିବେ। ନିମ୍ନ ଲିଖିତ ଡ୍ରିଙ୍କସ ଏହି ସମୟରେ ପିଅନ୍ତୁ, ଯାହା ଆପଣଙ୍କ ଇମ୍ୟୁନିଟି ଶକ୍ତିକୁ ମଜବୁତ ରଖିବ।

ପଇଡ଼ ପାଣି:

ଶରୀରକୁ ହାଇଡ୍ରେଟ ରଖିବା ପାଇଁ ସାଧାରଣ ପାଣି ସ୍ଥାନରେ ଆପଣ ବିକଳ୍ପ ଭାବେ ନଡ଼ିଆ ପାଣି କିମ୍ବା ପଇଡ଼ ପାଣି ପିଇପାରିବେ । ଏଥିରେ ଭିଟାମିନ ପ୍ରଚୁର ମାତ୍ରାରେ ଭରି ରହିଥାଏ ।

ମିଣ୍ଟ ବା ପୋଦିନା ଡ୍ରିଙ୍କ:

ପୋଦିନା ପତ୍ରକୁ ବାଟି ଏଥିରେ ଲୁଣ ମିଶାଇ ଥଣ୍ଡା ପାଣିରେ ଗୋଳାଇ ପିଅନ୍ତୁ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଛି । ଏହାବ୍ୟତିତ ଭିଟାମିନ ସି, ଭିଟାମିନ ଏ ଭରପୂର ମାତ୍ରାରେ ରହିଛି ।
ଲସି:

ଖରାଦିନରେ ଲସିକୁ ବହୁଳ ମାତ୍ରାରେ ସେବନ କରାଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ହୋଇଥାଏ । ଯଦି ବ୍ରତ କିମ୍ବା ଉପବାସ ରଖିଛନ୍ତି ତେବେ ଏହାକୁ ଆପଣ ସେବନ କରିପାରିବେ । ଏହା ଆପଣଙ୍କ ଶରୀରକୁ ହାଇଡ୍ରେଟ ରଖିବ ।

କମଳା ଜୁସ:

ଇମ୍ୟୁନିଟି ବଢ଼ାଇବା ସହ ଚେହେରାରେ ଉଜ୍ୱଳତା ଆଣିବା ପାଇଁ କମଳା ଜୁସ ପିଇପାରିବେ । ଯଦି ଆପଣ ୯ଦିନ ପାଇଁ ବ୍ରତ ରଖୁଛନ୍ତି, ତେବେ ଏହି ଜୁସକୁ ପ୍ରତିଦିନ ପିଇପାରିବେ ।

ଟମାଟୋ ଏବଂ କାକୁଡ଼ି ଜୁସ:

ବ୍ରତ ରଖିବା ସମୟରେ ଆପଣ ଟମାଟୋ ସହ କାକୁଡ଼ି ମିଶାଇ ଜୁସ କରି ପିଇ ପାରିବେ । ଏଥିରେ ଲୁଣ ଓ ଅଳ୍ପ ଥଣ୍ଡା ପାଣି ମିଶାଇ ପାରିବେ । ଏଥିରେ ଭିଟାମିନ ସହ ଆଣ୍ଟି ଅକ୍ସିଡେଣ୍ଟ ଏବଂ ପୋଟାସିୟମ ଭରପୂର ମାତ୍ରାରେ ରହିଥାଏ ।

Leave a comment