ଶୋଇବା ଘରେ କଣ କଲେ ପରିବାରକୁ ଧନ ଓ ଶାନ୍ତି ମିଳିବ ଜାଣନ୍ତୁ
ଗୃହରେ ଶୋଇବା ଘରର ସ୍ଥାନ ଏକ ବିଶେଷ ମହତ୍ତ୍ୱ ରଖିଥାଏ , ତେଣୁ ସବୁ ଦୃଷ୍ଟିରୁ ବିଚାର କରି ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ଘରର ପରିକଳ୍ପନା କରିବା ଉଚିତ୍ । ମଣିଷ ସାରା ଦିନ ବାହରେ ପରିଶ୍ରମ କରି ଘରକୁ ଫେରେ ବିଶ୍ରାମ ନେବା ପାଇଁ ,କିଛି ସମୟ ଶାନ୍ତିରେ କାଟିବା ଓ ଶୋଇବା ପାଇଁ । ମନରେ ଶାନ୍ତି , ପରିବାରରେ ଆନନ୍ଦ ରହିବା , ନିଦ ଠିକ୍ ରହିବା ଓ ଶରୀର ସୁସ୍ଥ ରହିବା ଉପରେ ଶୋଇବା ଘରର ଅନେକ ପ୍ରଭାବ ପଡିଥାଏ । ଏଣୁ ଶୋଇବା ଘର ବିଷୟରେ ଜାଣିନେବା ଉଚିତ୍ ।
1. ଶୋଇବା ଘର ମୁରବୀଙ୍କ ବଖରା :-ପରିବାରର ଯିଏ ମୁଖ୍ୟ ବା ମୁରବୀ ତାଙ୍କ ଶୋଇବା ଘର ଗୃହର ଦକ୍ଷିଣ ପଶ୍ଚିମ ଦିଗ ବା ନୈରତ କୋଣ ରେ ହେବା ଉଚିତ୍ । ଯଦି ଘରଏକ ମହଲାରୁ ଅଧିକ ତେବେ ତାଙ୍କ ଶୋଇବା ଘର ଉପର ମହଲାର ସେହି କୋଣରେ ହେବା ଉଚିତ୍ । କିନ୍ତୁ ଯଦି ଏହି କୋଠରୀରେ ଛୋଟପିଲା , ଚାକର ବା ସାନ ପିଲା ରୁହନ୍ତି ତେବେ ସେ ଅବାଧ୍ୟ. ବା ଅମାନିଆ ହୁଅନ୍ତି କଳହ କରନ୍ତି ।
2. ଶୋଇବା ଘର :-ଶୋଇବା ଘର ସବୁଠୁ ଉତ୍ତର – ପୂର୍ବ ଦିଗ ବା ଐଶାନ୍ୟ କୋଣରେ ହେଲେ କୋଠରୀରେ ଶୋଉଥିବା ବ୍ୟକ୍ତି ଦୁର୍ବଳ ହେବା ସହ ଅସ୍ଥିରମନା ଚଞ୍ଚଳସ୍ୱଭାବର ହେବ ।
3,ପିଲାଙ୍କ ପାଇଁ ଶୋଇବା ଘର ସବୁଠୁ .ପୂର୍ବ ଦିଗରେ ହେବା ଉଚିତ୍ , ପିଲାଙ୍କ ପଢାଘର ଐଶାନ୍ୟ କୋଣ ପାଖକୁ ଲଗାଇ ଉତ୍ତର ଆଡକୁ ହୋଇ ପାରିବ ।ଶୋଇବା ଘରର ଥାକ , ବାକ୍ସ , ଆଲମିରା , କାନ୍ଥ ଆଲମିରା ଘରର ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଉଚିତ୍ ।
ଶୋଇବା ଘରରେ ଯଦି ଟିଭି ବା ରୁମ ହିଟର ବା ଅନ୍ୟ କିଛି ଇଲେକଟ୍ରିକ୍ ଜିନିଷ ରଖୁଛନ୍ତି , ତେବେ ଏହାକୁ ଘରର ଦକ୍ଷିଣ ପୂର୍ବ ବା ଆଗ୍ନେୟ କୋଣରେ ରଖନ୍ତୁ ।
ଶୋଇବା ଘରର ଖଟ , ବେଡ , ଗଦି ଘରର ଦକ୍ଷିଣ , ପଶ୍ଚିମ ପାଖକୁ ରହିବା ଭଲ ଯେମିତି ଘରର ଉତ୍ତର ଓ ପୂର୍ବ ପାଖକୁ ବେଶି ଖାଲି ସ୍ଥାନ ରହିବ । ଖଟ କାନ୍ଥକୁ ପୂରା ନଲାଗିବା ଭଲ । ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଧନ , ସମ୍ପଦ , ପ୍ରାଯୁର୍ଯ୍ୟଲାଭ – ବ୍ୟବସାୟୀ ମାନେ ଏହି ଏହି ଦିଗକୁ ମୁଣ୍ଡ କରି ଶୋଇଲେ ସୁଖନିଦ୍ରା , ମାନସିକ ଶାନ୍ତି , ଭାଗବତ ବିଶ୍ୱାସ ଲାଭ ସମସ୍ତେ ଏହି ଦିଗକୁ ମୁଣ୍ଡ କରି ଶୋଇପାରିବେ ।