ଶିବ ମନ୍ଦିର ଯିବା ପୂର୍ବରୁ ନିଶ୍ଚୟ ଜାଣି ରଖନ୍ତୁ ଏହି ସବୁ ନିୟମ

0

ପ୍ରତ୍ୟକ ମାସର ସୋମବାର ସମସ୍ତ ଶିବ ଭକ୍ତ ଙ୍କ ପାଇଁ ପ୍ରିୟ ଅଟେ । ଆପଣ ବାରମାସ ସୋମବାର କରନ୍ତୁ ମାତ୍ର ସେହି ନିୟମ ଯଦି ପାଳନ କରି ମନ୍ଦିର ଯିବେ ତେବେ ଆପଣ ଯେଉଁ କାର୍ଯ୍ୟ ନିମନ୍ତେ ଯାଉଥିବେ ସେହି କାର୍ଯ୍ୟ ଆପଣଙ୍କର ସଫଳ ହେବ । ବହୁତ ଲୋକ କହିଥାନ୍ତି ଆମ୍ଭେ ଯେଉଁ ଇଚ୍ଛା ନେଇ ମନ୍ଦିରକୁ ଯାଉଅଛୁ ସେହି ଇଛା ଆମ୍ଭ ମାନଙ୍କର ପୂରଣ ହେଉନାହିଁ । ମାତ୍ର ସେମାନେ ସବୁ ନିୟମ ସମ୍ବନ୍ଧରେ ଜାଣି ନଥାନ୍ତି । ମହିଳା ମାନେ ବିଶେଷ କରି ଗୋଟିଏ ଭୁଲ କରିଥାନ୍ତି । ସେମାନେ ଯେଉଁ ଭୋଗ କୁ ନେଇ ଯାଇଥାନ୍ତି ସେହି ଭୋଗ କୁ ସଂପୂର୍ଣ୍ଣ ରୂପରେ ଘରକୁ ଫେରାଇ ଆଣିଥାନ୍ତି । ଏହା ହେଉଅଛି ସବୁଠାରୁ ବଡ ଭୁଲ । ମହାଦେବ ହେଉଛନ୍ତି ତ୍ୟାଗ ର ପ୍ରତୀକ । ଆପଣ ଲୋଭ କରି ଭୋଗ ଲଗାଇ ଅନ୍ୟକୁ ଦେବା କଥା ଚିନ୍ତା କରନ୍ତୁ ନାହିଁ । ଆପଣ ଯଦି ପୂଜା କରୁଛନ୍ତି ତେବେ ମହାଦେବ ଙ୍କୁ ଭୋଗ ଲଗାଇବା ପରେ ଆପଣ ସେହି ଭୋଗରୁ ଗୋଟିଏ ଭୋଗ ସର୍ବ ପ୍ରଥମେ ଗୋ ମାତା ଙ୍କୁ ଖୁଆନ୍ତୁ । ଏହାପରେ ଆପଣ ଛୋଟ ଛୋଟ ପିଲାଙ୍କୁ ବାଣ୍ଟି ଦିଅନ୍ତୁ । ଯଦି ଆପଣ ସୋମବାର ଦିନ ମନ୍ଦିର ଯିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ଆ-ମି-ଷ ସେବନ କରନ୍ତୁ ନାହିଁ । ରବିବାର ଦିନ ଆ-ମି-ଷ ଖାଇବାକୁ ବାରଣ କରାଯାଇଅଛି ।
ଏହା ସହିତ ଯଦି ଆପଣ ରବିବାର ଦିନ ଆମିଷ ଖାଇଥାନ୍ତି ତେବେ ତାହା ସୋମବାର ଦିନ ଆପଣଙ୍କ ପେଟ ରେ ଥିବ । ଏଣୁ ଆପଣ କେବେ ମଧ୍ୟ ରବିବାର ଦିନ ଆମିଷ ଖାଇ ସୋମବାର ଦିନ ମନ୍ଦିର ଜାଆନ୍ତୁ ନାହିଁ । ଯେଉଁ ମାନେ ସୋମବାର ଦିନ ବ୍ରତ କରିଥାନ୍ତି ସେମାନେ ସେହିଦିନ ହବିଷ କରିଥାନ୍ତି । ଅର୍ଥାତ ସେହି ଦିନ ସେମାନେ ଥରେ ଖାଇ ରାତିରେ ପଣା ସେବନ କରିଥାନ୍ତି । ପ୍ରତ୍ୟକ ଦିନ ସ୍ନାନ କରିବା ସମୟରେ ଆପଣ ଜଳରେ ଗଙ୍ଗାଜଳ ମିଶାଇ ସ୍ନାନ କରନ୍ତୁ । ଏହା ସହିତ ଆପଣ ସ୍ନାନ ମନ୍ତ୍ର ଗାଇ ସ୍ନାନ କରନ୍ତୁ । ମହାଦେବ ଙ୍କୁ ଅରଖ, ଚମ୍ପା, ଦୁଦୁରା, ଗୟସ ତଥା ବିଭିନ୍ନ ପ୍ରକାରର ଫୁଲ ଅର୍ପଣ କରି ପାରିବେ । ସୋମବାର ଦିନ ଆପଣ ସର୍ବ ପ୍ରଥମେ ନିଜ ଘରର ଠାକୁର ଙ୍କ ପୂଜା ସାରି ଶିବ ମନ୍ଦିର ଜାଆନ୍ତୁ । ଆପଣ ଶିବ ମନ୍ଦିର ଯାଇ ନନ୍ଦୀ ଙ୍କ କାନରେ ନିଜ ମନ କଥା କୁହନ୍ତୁ । ଅର୍ଥାତ ଆପଣଙ୍କ ମନୋଷ୍କାମନା ଆପଣ ନନ୍ଦୀ ମହାରାଜ ଙ୍କ କାନରେ କୁହନ୍ତୁ ।

Leave a comment