ଶିବଲିଙ୍ଗ ସ୍ପର୍ଶ କଲେ ଭଲ ହେଉଛି ଅସାଧ୍ୟ ରୋଗ
ହିନ୍ଦୁ ଧର୍ମରେ ପ୍ରଭୁ ଶିବଙ୍କ ମହତ୍ମିୟ ଏବଂ ଅନେକ ମନ୍ଦିରର ଚମତ୍କାରିତା ବିଷୟରେ ଶୁଣିଥିବେ। ସେହି ମନ୍ଦିରମାନଙ୍କ ଭିତରୁ ଏମିତି କିଛି ମନ୍ଦିର ରହିଛି ଯାହାର ରହସ୍ୟର ଭେଦ ଆଜି ପର୍ଯ୍ୟନ୍ତ କେହି ଜାଣି ପାରିନାହାନ୍ତି। ଆଜି ଆମେ ଆପଣଙ୍କୁ ସେମିତି ଏକ ରହସ୍ୟମୟ ଶିବ ମନ୍ଦିର ବିଷୟରେ କହିବୁ। ଉତ୍ତର ପ୍ରଦେଶର ବାସ୍ତି ଜିଲ୍ଲାର ବାଙ୍ଗରମଉଁ ନିକଟସ୍ଥ ବୋଧେଶ୍ୱର ମହାଦେବଙ୍କ ମନ୍ଦିରକୁ ନେଇ ଲୋକଙ୍କର ଅନେକ ବିଶ୍ୱାସ ରହିଛି। କୁହାଯାଏ ଯେ ଏହି ମନ୍ଦିରରେ ଥିବା ଶିବଲିଙ୍ଗକୁ ସ୍ପର୍ଶ କରିବା ମାତ୍ରେ ଅସାଧ୍ୟ ରୋଗରେ ପୀଡ଼ିତ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାନ୍ତି। ଯେଉଁଥିପାଇଁ ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି ଓ ନିଜ ଅସାଧ୍ୟ ରୋଗରୁ ମୁକ୍ତି ମଧ୍ୟ ପାଇଥାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଥରେ ଭଗବାନ ଶିବ ନେଓ୍ଵଳର ରାଜାଙ୍କ ସ୍ୱପ୍ନରେ ଆସି ତାଙ୍କୁ ପଞ୍ଚମୁଖି ଶିବ ଲିଙ୍ଗ,ନନ୍ଦୀ ଏବଂ ନବଗ୍ରହ ସ୍ଥାପନ କରିବାକୁ ଆଦେଶ ଦେଇଥିଲେ। ମହାଦେବଙ୍କ ଆଦେଶ ପାଳନ କରି ରାଜା ଏହି ସମସ୍ତ ଜିନିଷ ସ୍ଥାପନ କରିଥିଲେ। କାର୍ଯ୍ୟ ଶେଷ ହେବା ପରେ ନିଜ ରଥ ଉପରେ ବସି ସେ ନଗରକୁ ପ୍ରବେଶ କରୁଥିଲେ। ଏହି ସମୟରେ ହଠାତ୍ ରଥର ଚକ ଭୂମି ଭିତରକୁ ପଶି ଯାଇଥିଲା ଓ ଅନେକ ପ୍ରୟାସ ପରେ ମଧ୍ୟ ଚକକୁ ଭୂମି ଗର୍ଭରୁ ବାହାର କରାଯାଇ ପାରିନଥିଲା । ଏହା ପରେ ରାଜା ସେହି ସ୍ଥାନରେ ଶିବଲିଙ୍ଗ,ନନ୍ଦୀ ଏବଂ ନବଗ୍ରହର ସ୍ଥାପନା କରିବା ସହିତ ଭବ୍ୟ ମନ୍ଦିରର ନିର୍ମାଣ କରାଇଥିଲେ। ଏଠାରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରାଯାଇଥବବାରୁ ଏହି ମନ୍ଦିରର ନାମ ‘ବୋଧେଶ୍ୱର ମନ୍ଦିର’ କୁହାଯାଏ।ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଖୁବ ସୁନ୍ଦର ହୋଇଥିବା ବେଳେ ଏଠାରେ ୧୫ ଶହ ଶତାବ୍ଦୀର କଳାକୃତ୍ତି ଦେଖିବାକୁ ମିଳେ। ସେହିପରି ଏଠାରେ ସ୍ଥାପିତ ହୋଇଥିବା ପଞ୍ଚମୁଖି ଶିବଲିଙ୍ଗର ପଥର ୪୦୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଯାଇଛି । ପୃଥିବୀର କୌଣସି ସ୍ଥାନରେ ଏହି ପଥର ଏବେ ଉପଲବ୍ଧ ନଥିବାର ପ୍ରମାଣ ମିଳିଛି । ସେହିପରି ନନ୍ଦୀ ଏବଂ ନବଗ୍ରହ ତିଆରି ହୋଇଥିବା ପଥରରେ ପାଷାଣ କାଳର ସୁକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଧରାତିରେ ଏହି ମନ୍ଦିର ଭିତରକୁ ହଜାର ହଜାର ସଂଖ୍ୟାର ସାପ ଆସିଥାନ୍ତି। ଏହି ସାପମାନେ ସ୍ଥାନୀୟ ଲୋକଙ୍କର କୌଣସି କ୍ଷତି ନକରି ମନ୍ଦିର ଭିତରକୁ ପଶିଥାନ୍ତି ଓ ଶିବଲିଙ୍ଗକୁ ସ୍ପର୍ଶ କରି ପୁଣିଥରେ ଜଙ୍ଗଲ ଭିତରକୁ ଫେରି ଯାଇଥାନ୍ତି। ତେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ନିଜ ଅସାଧ୍ୟ ରୋଗରୁ ମୁକ୍ତି ପାଇଁ ଏଠାକୁ ଆସିଥାନ୍ତି ଓ ଶିବଲିଙ୍ଗକୁ ସ୍ପର୍ଶ କରି ସୁସ୍ଥ ହୋଇଥାନ୍ତି। ତେବେ ଏହା ଚମାତ୍କର ନା ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।