ଶସ୍ତା ହେବ ଚାଉଳ

0

ସମସ୍ତ ପ୍ରକାର ଖାଦ୍ୟ ସାମଗ୍ରୀର ଦାମ ଅହେତୁକ ଭାବେ ବୃଦ୍ଧି ପାଉଛି । ସବୁଠାରୁ ବଡକଥା କି ସାଧାରଣ ଲୋକମାନେ ଚାଉଳ ଦାମ ବୃଦ୍ଧି ଫଳରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏସବୁକୁ ନେଇ ସରକାର ଏକ ବଡ ପଦକ୍ଷେପ ନେବା କ୍ରମରେ ଚାଉଳର ମହଜୁଦ ପରିମାଣ ବୃଦ୍ଧି କରିଛନ୍ତି । ଖାଦ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ୨୦୨୨-୨୩ ବର୍ଷରେ ଏପର୍ଯ୍ୟନ୍ତ ସରକାର ୫.୫୮ କୋଟି ଟନ୍ ଚାଉଳ ଷ୍ଟକ କରିଛନ୍ତି । ଏହା ବ୍ୟତୀତ ସରକାର ୧.୨୨ କୋଟି କୃଷକଙ୍କୁ ୧.୭ ଲକ୍ଷ କୋଟି ଟଙ୍କା ଏମଏସପି ବାବଦରେ ଦେଇଛନ୍ତି ।

ସେହିଭଳି ରବି ପାଇଁ ୨୦୨୨-୨୩ (ମାର୍ଚ୍ଚ-ଏପ୍ରିଲ) ମଧ୍ୟରେ ଏପର୍ଯ୍ୟନ୍ତ ୨.୬୨ କୋଟି ଟନ୍ ଗହମ ଷ୍ଟକ କରିଛନ୍ତି । ଗତବର୍ଷ ଏହି ଷ୍ଟକର ପରିମାଣ ୧.୮୮ କରୋଡ ଟନ୍ ଥିଲା । ଖାଦ୍ୟ ମନ୍ତ୍ରଣାଳୟ କହିଛି କି ଗହମ ଓ ଚାଉଳର ଏତେ ପରିମାଣରେ କ୍ରୟ ଫଳରେ ସରକାରୀ ଖାଦ୍ୟ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମହଜୁଦ ରହିଛି ।

ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ରାଜ୍ୟ ଏଜେନ୍ସି ସହିତ ମୂଲ୍ୟ ସମର୍ଥନ ଯୋଜନା କ୍ରମରେ ଧାନ ଓ ଗହମ କିଣିଥାଏ । ଏଫସିଆଇର ସୂଚନା ମୁତାବକ ଜୁନ ୧୯ ତାରିଖ ସୁଦ୍ଧା ଚାଷୀଙ୍କ ଠାରୁ ୮.୩ କୋଟି ଟନ ଧାନ କିଣାଯାଇଛି । ସେପଟେ ୨୦୨୨-୨୩ ବର୍ଷରେ ସରକାର ୬.୨୬ କୋଟି ଟନ୍ ଚାଉଳ କିଣିବାକୁ ଲକ୍ଷ୍ୟ ରଖିଛି ।

Leave a comment