ଲ୍ୟାଣ୍ଡଫଲ୍ ବେଳକୁ ଦୁର୍ବଳ ହୋଇଥିବ ବାତ୍ୟା – ଶରତ ସାହୁ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାତ୍ୟା ସମ୍ପର୍କରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ସୂଚନା । ୧୦ ତାରିଖରେ ଉପକୂଳ ନିକଟ ହେଲା ପରେ ଦିଗ ବଦଳାଇପାରେ । ଦିଗ ବଦଳାଇବା ପରେ ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ରହିଛି । ତେବେ ଲ୍ୟାଣ୍ଡଫଲ କଲା ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିବା ସମ୍ଭାବନା ରହିଛି ।
ସେହିପରି ୧୦ ତାରିଖରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ୧୦ ତାରିଖ ଅପରାହ୍ଣରେ କଟକ, ଭୁବନେଶ୍ୱରରେ ପ୍ରଭାବ ପଡିପାରେ । ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ଏହାସହିତ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାର । ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବ । ୮ ତାରିଖ ସନ୍ଧ୍ୟାରେ ବାତ୍ୟାର ରୂପ ନେବ । ବାତ୍ୟା ରୂପରେ ୧୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୦ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଏବଂ ଓଡିଶା ଉପକୂଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।