ଲାଞ୍ଚ ନେଇ ସ୍ୱାସ୍ଥ୍ୟ ସୁପରଭାଇଜର ଗିରଫ

0

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ।
ତଲଝାପି ପଞ୍ଚାୟତର ନିକେସଜୋର ଗ୍ରାମର ଅର୍ଜୁନ ନାଏକ, ବବଲୁ ନାଏକ ଓ ଘସିରାମ ନାଏକଙ୍କ ଠାରୁ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର କରିଦେବା ପାଇଁ ଡାକ୍ତରଖାନାରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଲାଞ୍ଚ ମାଗିଥିଲେ ।

ଏନେଇ ସମସ୍ତେ କଳାହାଣ୍ଡି ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ । ଆଜି ସନ୍ଧ୍ୟାରେ ୩ ଜଣ ୪ ହଜାର ରଙ୍ଗବୋଳା ଟଙ୍କା ଲକ୍ଷ୍ମୀ ମହାରଣାଙ୍କୁ ଦେବା ପରେ ଆଗରୁ ଛପି ରହିଥିବା ଭିଜିଲାନ୍ସ ଲକ୍ଷ୍ମୀ ମହାରଣାଙ୍କୁ ରଙ୍ଗବୋଳା ଟଙ୍କା ସହ କାବୁ କରିଥିଲେ । ପୁର୍ବରୁ ପ୍ରତ୍ୟେକ ଆବେଦନକାରୀଙ୍କ ଠାରୁ ୨ହଜାର ଲେଖାଏ ଆଦାୟ କରି ପ୍ରମାଣପତ୍ର ଦେଉଥିଲେ ଲକ୍ଷ୍ମୀ ମହାରଣା ।

ଯିଏ ଲାଞ୍ଚ ନ ଦେଲା ତାଙ୍କୁ ସୁପର ଭାଇଜର ମାସ ମାସ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଆଜିର ଚଢ଼ାଉରେ ଭିଜିଲାନ୍ସ ବିଭାଗ ପକ୍ଷରୁ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ ଆଇଣ୍ଡ, ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସଆଇ ସଞ୍ଜୟ କୁମାର ସାହୁ, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ ଥିଲେ ।

Leave a comment