ରାଶି ଅନୁସାରେ ଭାଇ ହାତରେ ପିନ୍ଧାନ୍ତୁ ରାକ୍ଷୀ; ବଦଳିଯିବ ଭାଗ୍ୟ

0

ସମ୍ପର୍କ ଡୋରିର ପ୍ରତୀକ ରାକ୍ଷୀ । ସ୍ନେହ ମମତାର ବନ୍ଧନ ହେଉଛି ରାକ୍ଷୀ | ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ଦୃଢ କରିଥାଏ ରାକ୍ଷୀ । ଆଗକୁ ଆସୁଛି ଗହ୍ମା ପୂର୍ଣ୍ଣିମା ଅର୍ଥାତ ରାକ୍ଷୀ । ଏହି ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି ଭଉଣୀମାନେ।ରାକ୍ଷୀ ରୂପକ ଶକ୍ତି ଭଉଣୀକୁ ମିଳିବ ପାଇଁ ଭାଇ ଟିକୁ ରାକ୍ଷୀ ବାନ୍ଧେ ଭଉଣୀ | ରାକ୍ଷୀ ପାଇଁ ଏବେ ଠାରୁ ବଜାରକୁ ଆସିଛି ଭିନ୍ନ ଭିନ୍ନ ରଙ୍ଗର ଡିଜାଇନ୍ ରାକ୍ଷୀ । ସବୁ ଭଉଣୀମାନେ ଭାଇର ହାତରେ ରାକ୍ଷୀ ବାନ୍ଧିବେ । ତାଙ୍କ ସୁଭବିଷ୍ୟତ ପାଇଁ ପ୍ରାର୍ଥନା କରିବା ସହ ଭାଇମାନେ ଭଉଣୀକୁ ରକ୍ଷା କରିବା ନେଇ ସଂକଳ୍ପ ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ରାକ୍ଷୀ ରାଶି ହିସାବରେ ଭାଇଙ୍କୁ ପିନ୍ଧାଇବା ଦ୍ବାରା ଶୁଭ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଭାଇଙ୍କୁ କେଉଁ ରାକ୍ଷୀ ପିନ୍ଧାଇବା ଶୁଭ:

ମେଷ ରାଶି- ଯଦି ଭାଇର ରାଶି ମେଷ ହୋଇଥାଏ ତେବେ ରାକ୍ଷୀ ପୂର୍ଣ୍ଣିମା ଦିନ ଲାଲ ରଙ୍ଗର ରାକ୍ଷୀ ପିନ୍ଧାଇବା ଉଚିତ୍ । କାହିଁକି ନା ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ସଦା ସର୍ବଦା ଶକ୍ତିଶାଳୀ ସହ ଜୀବନରେ ସମୃଦ୍ଧି ଲାଭ କରିବେ ।

ବୃଷ ରାଶି -ତେବେ ବୃଷ ରାଶିଙ୍କୁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସହିତ ସେମାନଙ୍କୁ କ୍ଷୀରରେ ପ୍ରସ୍ତୁତ ମିଠା ଖାଇବାକୁ ଦେଲେ ଶୁଭ ହେବ ।

ମିଥୁନ ରାଶି – ଯଦି ଭାଇର ରାଶି ମିଥୁନ ହୋଇଥାଏ ତେବେ ତାଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହି ରଙ୍ଗ ବାନ୍ଧିବା ଦ୍ୱାରା ତାଙ୍କୁ ସମସ୍ତ ବିଦପ ସଙ୍କଟରୁ ରକ୍ଷା କରିବ ।

କର୍କଟ ରାଶି-କର୍କଟ ରାଶିରଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହି ରଙ୍ଗ ସେମାନଙ୍କ ଜୀବନରେ ସୁଖ-ଶାନ୍ତି ଆଣିଥାଏ ।

ସିଂହ ରାଶି- ଯଦି ସିଂହ ରାଶି ହୋଇଥାଏ ତେବେ ତାଙ୍କୁ ଲାଲ୍ କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଉଭୟ ରଙ୍ଗ ଥିବା ରାକ୍ଷୀ ଏହି ରାଶିର ଲୋକଙ୍କ ପାଇଁ ଶୁଭ ହୋଇଥାଏ ।

କନ୍ୟା ରାଶି- କନ୍ୟା ରାଶିର ଲୋକଙ୍କ ପାଇଁ କମଳା ରଙ୍ଗର ରାକ୍ଷୀ ବାନ୍ଧିଲେ ଶ୍ରେଷ୍ଠ ବୋଲି ମନେ କରାଯାଏ । ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ତାଙ୍କ ଜୀବନରେ ସାହାସ ଓ ଉତ୍ସାହ ସୃଷ୍ଟି ହୋଇଥାଏ ।

ତୁଳା ରାଶି- ତୁଳା ରାଶିର ଲୋକଙ୍କ ପାଇଁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ସହ ଧଳା ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ୍ ହୋଇଥାଏ ।

ବିଛା ରାଶି- ଏହି ବିଛା ରାଶିର ଲୋକମାନଙ୍କ ହାତରେ ଲାଲ୍ ରଙ୍ଗ ଓ ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ ।

ଧନୁ ରାଶି- ଧନୁ ରାଶିର ଭାଇମାନଙ୍କ ହାତରେ ହଳଦିଆ କିମ୍ବା ସୁନେଲି ରଙ୍ଗର ରାକ୍ଷୀ ବାନ୍ଧିବା ସହ ହଳଦିଆ ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ ହୋଇଥାଏ । ଏହା ଦ୍ବାରା ଭାଇର ଧନ ବୃଦ୍ଧି ହୋଇଥାଏ ।

ମକର ରାଶି- ଏହି ରାଶିର ଲୋକମାନଙ୍କୁ ନୀଳ ରାଖି ବାନ୍ଧିବା ଦ୍ବାରା ତାଙ୍କୁ ଲାଭଦାୟକ ହୋଇଥାଏ ।

କୁମ୍ଭ ରାଶି – ଏହି ରାଶିର ଭାଇମାନଙ୍କ ପାଇଁ ସେମାନଙ୍କ ଭଉଣୀମାନେ ନୀଳ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଏହା ବାନ୍ଧିବା ଦ୍ବାରା ସେମାନଙ୍କ ଜୀବନରେ ଶୁଭଫଳ ମିଳିବ ।

ମୀନ ରାଶି – ଏହି ରାଶିର ଭାଇମାନଙ୍କୁ ହଲଦିଆ କିମ୍ବା ସୁନେଲି ରଙ୍ଗର ଏକ ସୁନ୍ଦର ରାକ୍ଷୀ ବାନ୍ଧିବା ଶୁଭ ବୋଲି କୁହାଯାଏ । ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ ଭାଇଙ୍କୁ ହଳଦିଆ ରଙ୍ଗର ମିଠା ଖୁଆନ୍ତୁ ।

Leave a comment