ରାଜ୍ୟରେ ବଢ଼ିଲା ତାପମାତ୍ରା

0

ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ତାପମାତ୍ରା । ଆଜି ଚାନ୍ଦବାଲିରେ ତାପମାତ୍ରା ୨୦ ଦଶମିକ ୧ ଡିଗ୍ରୀକୁ ବୃଦ୍ଧି ପାଇଛି । ସେହିପରି ପୁରୀରେ ତାପମାତ୍ରା ୨୦ ଡିଗ୍ରୀ, ପାରାଦୀପରେ ୧୯ ଦଶମିକ ୧ ଡିଗ୍ରୀ, ବାଲେଶ୍ଵରରେ ୧୭ ଦଶମିକ ୩ ଡିଗ୍ରୀ, ଭୁବନେଶ୍ଵରରେ ୧୬ ଦଶମିକ ୬ ଡିଗ୍ରୀ ଓ ଢାରସୁଗୁଡ଼ାରେ ୧୧ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୨୦ ତାରିଖ ସକାଳ ୫ଟା ୩୦ରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ୧୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ ୨୦ ତାରିଖରେ ୯ ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି ୧୩ ଦଶମିକ ୨ ଡିଗ୍ରୀକୁ ବୃଦ୍ଧି ପାଇଛି l ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ସହ ଘନକୁହୁଡ଼ି ଦୃଶ୍ୟମାନ ହେଉଛି l ପୂର୍ବାନୁମାନ ଅନୁଯାୟୀ ଉତ୍ତର-ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଘନରୁ ଅତିଘନ କୁହୁଡ଼ି ଦୃଶ୍ୟମାନ ସହ ଯାତାୟତରେ ବାଧାସୃଷ୍ଟି ହୋଇଛି l ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଜପତି, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେଉଛି l

Leave a comment