ଯେକୌଣସି ସ୍ଥାନରେ ଆନ୍ଦୋଳନ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିଟିଜେନ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ବିରୋଧରେ ଦିଲ୍ଲୀର ସାହୀନବାଗରେ ହୋଇଥିବା ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ମନା କରିଦେଇଛନ୍ତି। ଶନିବାର ଏହି ମାମଲାକୁ ଖାରଜ କରି ଜଷ୍ଟିସ ସଞ୍ଜନ କିଷନ କୌଲ, ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ କୃଷ୍ଣମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଯେକୌଣସି ମୂହୂର୍ତ୍ତରେ, ଯେକୌଣସି ସ୍ଥାନରେ ବିକ୍ଷୋଭ ତଥା ଆନ୍ଦୋଳନ କରିବା ଅଧିକାର ନାହିଁ। କୋର୍ଟ କହିଛନ୍ତି ବିରୋଧ କରିବା ଲାଗି ମୌଳିକ ଅଧିକାର ରହିଛି। କିନ୍ତୁ ତା’ର ଅର୍ଥ ଏହା ନୁହେଁ ଯିଏ ଯେଉଁଠି ଚାହିଁଲା ଆନ୍ଦୋଳନ କରିବ। କିଛି ସହଜ ଉପାୟରେ ବିରୋଧ କରାଯାଇପାରିବ କିନ୍ତୁ ଦୀର୍ଘଦିନ ଆନ୍ଦୋଳନ କରିବା ଦ୍ୱାରା ଅନ୍ୟ ମାନଙ୍କ ଅଧିକାରକୁ ପ୍ରଭାବିତ କରୁଥିବା ସାର୍ବଜନିକ ସ୍ଥାନକୁ କବଜା କରିବା ଆଦୌ ଉଚିତ ନୁହେଁ।
ସୂଚନାଯୋଗ୍ୟ ୨୦୨୦ ଅକ୍ଟୋବରରେ ସାହିନବାଗ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପୁର୍ନବିଚାର କରିବା ଲାଗି ନଭେମ୍ବର ୨୦୨୦ରେ ଏକ ମାମଲା ରୁଜୁ କରାଯାଇଥିଲା। ଇତିମଧ୍ୟରେ କୃଷକ ଆନ୍ଦୋଳନ ଦୀର୍ଘଦିନ ଧରି ଚାଲିଥିବାରୁ ପୂର୍ବ ଆବେଦନକାରୀ ମାନେ ଦୁଇ ଘଟଣା ଏକାଭଳି ଦର୍ଶାଇଥିଲେ। ସେହିପରି ସାର୍ବଜନିକ ସ୍ଥାନରେ ବିରୋଧ ପ୍ରଦର୍ଶନ କରିବା ବୈଧତା ଏବଂ ଏନେଇ କୋର୍ଟ ଭିନ୍ନ ଭିନ୍ନ ରାୟ ଦେଇପାରିବେ ନାହିଁ ବୋଲି କୁହାଯାଇଥିଲା। ତେବେ ମାନ୍ୟବର କୋର୍ଟ ଏହାକୁ ଖାରଜ କରିବା ସହ ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି।

Leave a comment