ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ୧୪ଜଣିଆ କମିଟି ଗଠନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ବାତିଲ ଘୋଷଣା କରାଯାଇଥିବା ବେଳେ ମୂଲ୍ୟାୟନ ନେଇ ପ୍ରଶ୍ନ ଉଠିଥିଲା। ଏହି ମଧ୍ୟରେ ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ପାଇଁ ସିଏଚଏସଇ ପକ୍ଷରୁ ୧୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏଥିରେ ବିଶିଷ୍ଟ ଶିକ୍ଷାବିତଙ୍କୁ ସାମିଲ କରାଯାଇଛି। ତେବେ ୧୦ ଦିନ ଭିତରେ ଟିମକୁ ମୂଲ୍ୟାୟନ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ କମିଟି ଗଠନ କରାଯାଇଛି।