ଯିଏ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଲୋକଙ୍କୁ କଣ ସୁରକ୍ଷା ଦେବେ : ମନମୋହନ ସାମଲ

0

ଯିଏ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନି, ସେ ଲୋକଙ୍କୁ କଣ ସୁରକ୍ଷା ଦେବେ । ସମ୍ବଲପୁର ହିଂସା ଘଟଣାରେ ଝାରସୁଗୁଡାରେ ରାଜ୍ୟ ବିଜେପି ସଭାପତି ଏଭଳି କହିଛନ୍ତି । ଏପ୍ରିଲ ୧୪ ବେଳକୁ ସରକାର ଯେଉଁ ତତ୍ପରତା ଦେଖାଇଲେ ୧୨ ତାରିଖରେ ଯଦି ଶୋଭାଯାତ୍ରା ବେଳେ ସମାନ ତତ୍ପରତା ଦେଖାଇଥାନ୍ତେ ତାହେଲେ ହିଂସା ହୋଇନଥାନ୍ତା ।

ଦଳୀୟ ସାଂସଦ ଓ ନେତାଙ୍କୁ ନେଇ ପ୍ରେସମିଟ କରିବା ବେଳେ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ମନମୋହନ ସାମଲ । ସେହିପରି କାର୍ଯ୍ୟକର୍ତ୍ତାଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି ତାଙ୍କ ବିରୋଧରେ ପୋଲିସର ଆଭିମୁଖ୍ୟକୁ ନେଇ ରାଜ୍ୟ ବିଜେପି ସଭାପତି ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ତୁଷ୍ଟୀକରଣ ରାଜନୀତି ଚଳାଇଛନ୍ତି ବୋଲି ସେ ଦାବି କରିଛନ୍ତି ।

Leave a comment